ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ନାଗରିକ ସଂଶୋଧନ ଆଇନକୁ ନେଇ ଏବେ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଦେଶର ବିଭିନ୍ନ ସ୍ଥାନରେ ଏହାକୁ ନେଇ ବିରୋଧ ଦେଖିବାକୁ ମିଳିଛି । ଏମିତି କି କେତେକ ପ୍ରାନ୍ତରେ ହିଂସା ମଧ୍ୟ ଦେଖିବାକୁ ମିଳୁଛି । କିଛି ଲୋକଙ୍କ ମନରେ ଏବେ ଧାରଣା ଆସିଛି ନାଗରିକତା ସଂଶୋଧନ ଆଇନ ଭାରତୀୟଙ୍କ ଉପରେ ପ୍ରଭାବ ପକାଇବ । ତେବେ ଏହା ଉପରୁ ଆଜି ପରଦା ହଟାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
I want to unequivocally assure my fellow Indians that CAA does not affect any citizen of India of any religion. No Indian has anything to worry regarding this Act. This Act is only for those who have faced years of persecution outside and have no other place to go except India.
— Narendra Modi (@narendramodi) December 16, 2019
ସେ କହିଛନ୍ତି ନାଗରିକ ସଂଶୋଧନ ଆଇନ କୌଣସି ଭାରତୀୟଙ୍କ ଉପରେ ପ୍ରଭାବ ପକାଇବ ନାହିଁ । ଜାତି ଧର୍ମ ନିର୍ବିଶେଷର ଉର୍ଦ୍ଧରେ ରହିଛି ଏହି ଆଇନ । ଏହା ସହିତ ନାଗରିକତା ସଂଶୋଧନ ଆଇନକୁ ନେଇ ଯେଉଁମାନେ ଦେଶରେ ହିଂସା ସୃଷ୍ଟି କରୁଛନ୍ତି ସେମାନଙ୍କୁ ମୋଦି କଡା ସମାଲୋଚନା କରିଛନ୍ତି । ଏନେଇ ମୋଦି ଏକ ଟ୍ୱିଟ କରିଛନ୍ତି ।