ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କଂଗ୍ରେସର ଅନ୍ତରୀମ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେସିଙ୍ଗ ଜରିଆରେ କଂଗ୍ରେସ କାର୍ଯ୍ୟସମିତି ବୈଠକ ଜାରି ରହିଛି । ଏହାରି ମଧ୍ୟରେ ଶୁଣିବାକୁ ମିଳିଛି କି, ମେ ୨୯ ରେ କଂଗ୍ରେସ ଦଳର ସଂଗଠନାତ୍ମକ ନିର୍ବାଚନ ହୋଇପାରେ । ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ହାରିବା ପରେ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେଇଥିଲେ । ଏହାପରେ ସୋନିଆ ଗାନ୍ଧୀଙ୍କୁ ଅନ୍ତରୀମ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲା ।
ୱର୍କିଙ୍ଗ କମିଟି ବୈଠକକୁ ସମ୍ବନ୍ଧିତ କରି ସୋନିଆ ଗାନ୍ଧୀ ହ୍ୱାଟ୍ସଆପ୍ ଚାର୍ଟ ଲିକ୍ ମାମଲାରେ ମୋଦି ସରକାରଙ୍କ ଉପରେ ହମଲା କରିଛନ୍ତି । ଏହାସହିତ କୃଷକ ଆନ୍ଦୋଳନକୁ ନେଇ ମୋଦି ସରକାରଙ୍କୁ ଘେରିଛନ୍ତି ସୋନିଆ । ଏନେଇ ସୋନିଆ ଗାନ୍ଧୀ କହିଛନ୍ତି କି, କୃଷକ ଆନ୍ଦୋଳନକୁ ନେଇ ସରକାର ଅସମ୍ବେଦନଶୀଳ । ସେଥିପାଇଁ ତିନୋଟି କୃଷକ ଆଇନକୁ ପ୍ରତ୍ୟାକ୍ଷନ କରୁଛି କଂଗ୍ରେସ ।