ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟକୁ ନେଇ କଂଗ୍ରେସ ପକ୍ଷରୁ ଅପଡେଟ ଜାରି କରାଯାଇଛି । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି କି, ଜୁନ୍ ୧୨ ରେ ସୋନିଆ ଗାନ୍ଧିଙ୍କ ନାକରୁ ରକ୍ତ ବାହାରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ସୂଚନାଯୋଗ୍ୟ, ପ୍ରଥମେ ଜୁନ୍ ୨ରେ ସୋନିଆ ଗାନ୍ଧୀକୁ କରୋନା ହୋଇଥିଲା । ଜୁନ୍ ୧୨ ରେ ତାଙ୍କ ନାକରୁ ରକ୍ତ ବାହାରିଲା । ଏହାପରେ ତାଙ୍କୁ ଦିଲ୍ଲୀ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାର ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଗତକାଲି ତାଙ୍କୁ ନିଶ୍ୱାସ ନେବାରେ ସମସ୍ୟା ହୋଇଥିଲା । ଏହାପରେ ଜଣା ପଡିଥିଲା କି ତାଙ୍କ ଶ୍ୱସନ ତନ୍ତ୍ରର ତଳ ଅଂଶରେ ଫଙ୍ଗସ ଇଂଫେକ୍ସନ ହୋଇଛି ।