ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ଭାରତୀୟ ସମ୍ବିଧାନ ପ୍ରଣେତା ଡା. ଭୀମରାଓ ଆମ୍ବେଦରଙ୍କ ୬୩ ତମ ପୂଣ୍ୟତିଥି । ଦଳିତ ସଂମ୍ପ୍ରଦାୟକୁ ନ୍ୟାୟ ଓ ସମାନତା ଦେବା ପାଇଁ ସେ ସଂଘର୍ଷ କରିଥିଲେ । ୧୮୮୧ ମସିହାରେ ମଧ୍ୟ ପ୍ରଦେଶର ମହୁଠାରେ ଜନ୍ମ ଗ୍ରହଣ କରିଥିଲେ ଡ. ଭୀମରାଓ ଆମ୍ବେଦକର । ସେ ଗୋଟେ ହିନ୍ଦୁ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ଆଧୁନିକ ଭାରତ ନିର୍ମାଣରେ ତାଙ୍କର ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ । ସମାଜର ଗରିବ ଓ ନିମ୍ନ ଶ୍ରେଣୀର ଲୋକଙ୍କ ପାଇଁ ସେ ବହୁତ ସଂଘର୍ଷ କରିଥିଲେ ।
ଆଜି ସେହି ମହାନ ଜନନାୟକଙ୍କର ୬୩ ତମ ପୂଣ୍ୟତିଥି । ଏଥିପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ବିଶେଷ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ସେ ସବୁବେଳେ କହୁଥିଲେ ଜଣେ ମହା ପୁରୁଷ ଜଣେ ସାଧାରଣ ମନୁଷ୍ୟ ଠାରୁ ଭିନ୍ନ । ଯିଏକି ସବୁବେଳେ ସମାଜକୁ ଭଲ କରି ଗଢିବା ପାଇଁ ଚିନ୍ତା କରୁଥାନ୍ତି । ତାଙ୍କର ଦେହାନ୍ତ ହୋଇଥିଲା ୬ ଡିସେମ୍ବର ୧୯୫୬ ରେ ।