ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନ ପାଇଁ ଗଣତି ଜାରି ରହିଛି । ପ୍ରଥମ ରାଉଣ୍ଡ ପରେ ଶେଷ ହୋଇଛି ଦ୍ୱିତୀୟ ରାଉଣ୍ଡ ଗଣତି । ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ପଛରେ ପକାଇ ବିଜୟ ଅଭିମୁଖେ ଆଗେଇ ଚାଲିଛନ୍ତି ଓଡିଶା ମାଟିର ଝିଅ ତଥା ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଯାହା ଓଡିଶା ପାଇଁ ଗର୍ବର ବିଷୟ ।
ଦ୍ୱିତୀୟ ରଉଣ୍ଡରେ ମୋଟ ୧୦ ଟି ରାଜ୍ୟର ଭୋଟ ଗଣତି ଶେଷ ହୋଇଛି । ଏଥିରେ ବହୁ ଆଗରେ ଅଛନ୍ତି ଦ୍ରୌପଦୀ ।
ଏବେ ସୁଦ୍ଧା ଦ୍ରୌପଦୀ ମୁର୍ମୁଙ୍କୁ ୧୩୪୯ ଭୋଟ ମିଳିଥିବା ବେଳେ ଯଶୱନ୍ତ ସିହ୍ନାଙ୍କୁ ମିଳିଛି ୫୩୭ ଭୋଟ ।