ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ଟିଡିପିର ମୁଖିଆ ଏନ୍ ଚନ୍ଦ୍ରବାବୁ ନାଇଡୁ ଆଗାମୀ ଲୋକସଭା ନିର୍ବଚନ ପାଇଁ କଂଗ୍ରେସ ସହ ଗଠବନ୍ଧନ କରିଛନ୍ତି । ସେ ଗଠବନ୍ଧନରେ କଂଗ୍ରେସର ସହଯୋଗୀ ଅଛନ୍ତି । ସେହିପରି କର୍ଣ୍ଣାଟକରେ କଂଗ୍ରେସ ଜେଡିଏସ ସହିତ ଗଠବନ୍ଧନର ସରକାର ଚାଲିଛି । କିନ୍ତୁ ଏବେ ଦେଶର ପ୍ରଧାନମନ୍ତ୍ରୀଙ୍କୁ ନେଇ କଂଗ୍ରେସର ନିଜସ୍ୱ ସହଯୋଗୀ ଜେଡିଏସ ନେତା ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡୀ ଦେବଗୌଡା ଏକ ବଡ ବୟାନ ଦେଇଛନ୍ତି । ଦେବଗୌଡା ଏକ ନିର୍ବାଚନୀ ରାଲି ଅବସରରେ କହିଛନ୍ତି କି , ଚନ୍ଦ୍ରବାବୁ ନାଇଡୁ କାହିଁକି ଦେଶର ପ୍ରଧାନମନ୍ତ୍ରୀ ହୋଇ ପାରିବେ ନାହିଁ ।
ଜେଡିଏସ ମୁଖ୍ୟ ଦେବଗୌଡା କହିଛନ୍ତି କି, ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଦେଶ ପାଇଁ ଆଗାମୀ ପ୍ରଧାନମନ୍ତ୍ରୀ ହୋଇ ପାରନ୍ତି । ଟିଡିପି ୧୫୦ ବିଧାନସଭା ସିଟ୍ ରେ ବିଜୟ ହାସଲ କରିବ ଏବଂ ଲୋକସଭା ନିର୍ବାଚନରେ ୨୦ ସିଟ୍ ରେ ବିଜୟ ହାସଲ କରିବ । ଚନ୍ଦ୍ରବାବୁ ନାଇଡୁ କ୍ଷେତ୍ରୀୟ ଦଳର ଗଠବନ୍ଧନରେ ଲିଡ୍ କରିବେ । ହୁଏତ ସେ ଟିଆରଏସ ମୁଖିଆ ଏବଂ ତେଲାଙ୍ଗାନାର ମୁଖିଆ ଚନ୍ଦ୍ରଶେଖର ରାଓଙ୍କ ବିଷୟରେ କିଛି କହି ନାହାନ୍ତି ।
ଆନ୍ଧ୍ରପ୍ରଦେଶର ଲୋକଙ୍କୁ ଅପିଲ କରି ଦେବଗୌଡା କହିଛନ୍ତି କି , ବିଜେପିକୁ ସତ୍ତାରୁ ବାହାର କରିବାର ସମୟ ଆସି ଯାଇଛି, ଲୋକଙ୍କୁ ଟିଡିପି ପ୍ରାର୍ଥୀକୁ ଭୋଟ ଦେବା ଉଚିତ୍ ।
ଦେବଗୌଡା ଏବଂ ନାଇଡୁ ଆନ୍ଧ୍ରପ୍ରଦେଶରେ ଆୟୋଜିତ ହୋଇଥିବା ରାଲିକୁ ସମ୍ବୋନ୍ଧିତ କରିଥିଲେ । ଏହି ଅବସରରେ ଦେବଗୌଡର କହିଥିଲେ କି ୱାଇଏସଆର କଂଗ୍ରେସର ଅଧ୍ୟକ୍ଷ ଜଗନ ମୋହନ ରେଡ୍ଡୀଙ୍କୁ ଭୋଡ ଦେଇ କିଛି ଫାଇଦା ନାହିଁ କାରଣ ତାଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ଚାଲିଛି ।
ଏହି ରାଲିରେ ଦେବଗୌଡା ତାଙ୍କ ଭାଷଣ ଆରମ୍ଭ କରି ଟିଡିପି ଜିନ୍ଦବାଦ୍, ଚନ୍ଦ୍ରବାବୁ ଜିନ୍ଦାବାଦ ବୋଲି କହିଥିଲେ । ଏହାସହିତ ନାଇଡୁଙ୍କର ଖୁବ୍ ପ୍ରଶଂସା କରିଥିଲେ । ନାଇଡୁ ବି ଦେବଗୌଡାଙ୍କ ପ୍ରଶଂସା କରି କହିଥିଲେ ଯେ, କଠିନ ସମୟରେ ବି ଦେବଗୌଡା ରାଜନୀତିକୁ ସମର୍ଥନ କରିଛନ୍ତି ଏବଂ ଦେଶର ଅଖଣ୍ଡତାକୁ ବଞ୍ଚାଇ ରଖିବାରେ ବିଶେଷ ଯୋଗଦାନ ଦେଇଛନ୍ତି । ସବୁଠାରୁ ଖାସ୍ କଥା ହେଉଛି ଭାଷଣ ଦେବା ସମୟରେ ନାଇଡୁଙ୍କୁ ଆଦରଣୀୟ ପ୍ରଧାନମନ୍ତ୍ରୀ କହି ଦେବଗୌଡା ସମ୍ବୋନ୍ଧି କରିଥିଲେ । ତାପରେ ସେ କଥାକୁ ବଦଳାଇ ଦେଇ ନାଇଡୁ ଆଗାମୀ ପ୍ରଧାନମନ୍ତ୍ରୀ ବୋଲି କହିଥିଲେ ।