ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବଗୌଡା ଆଜି ରାଜ୍ୟସଭାର ସଦସ୍ୟ ରୂପେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟସଭା ସଭାପତି ଏମ ଭେଙ୍କୟା ନାଇଡୁଙ୍କ ଉପସ୍ଥିତିରେ କନ୍ନଡ ଭାଷାରେ ରାଜ୍ୟସଭାର ସଦସ୍ୟ ରୂପେ ଶପଥ ନେଇଛନ୍ତି ଦେବଗୌଡା । ଦେବଗୌଡାଙ୍କ ସ୍ୱାଗତରେ ସଭାପତି ଭେଙ୍କୟା ନାଇଡୁ କହିଛନ୍ତି କି, ଏହି ସଦନରେ ପରମ୍ପରା ରହିଛି କି ପୂର୍ବତନ ପ୍ରଧାନମନ୍ତ୍ରୀ ଉଚ୍ଚ ସଦନରେ ସାଂସଦ ହୋଇଥାନ୍ତି ଏବଂ ଖୁସୀର କଥା ହେଉଛି ବରିଷ୍ଠ ନେତା ଏହି ସଦନର ସଦସ୍ୟ ହୋଇଛନ୍ତି ।
କଂଗ୍ରେସ ସମର୍ଥନରେ ଦେବଗୌଡା ୧୨ ଜୁନ୍ ରେ କର୍ଣ୍ଣାଟକରୁ ରାଜ୍ୟସଭା ପାଇଁ ଚୟନ ହୋଇଥିଲେ । ମାତ୍ର ସ୍ୱାସ୍ଥ୍ୟ ଖରାପ ଯୋଗୁଁ ସେ ଜୁଲାଇ ୨୨ ରେ ଶପଥ ନେଇ ପାରିନଥିଲେ । କିନ୍ତୁ ଜୁଲାଇ ୨୨ ରେ ୬୧ ଜଣ ନିର୍ବାଚିତ ସଦସ୍ୟଙ୍କ ମଧ୍ୟରୁ ୪୫ ସଦସ୍ୟ ରାଜ୍ୟସଭାର ସଦସ୍ୟତା ପାଇଁ ଶପଥ ନେଇଥିଲେ ।
ଦ୍ୱିତୀୟ ଥର ପାଇଁ ରାଜ୍ୟସଭାର ସଦସ୍ୟ ଭାବେ ଚୟନ ହୋଇଛନ୍ତି ଏଚ ଡି ଦେବଗୌଡା । ୨୪ ବର୍ଷ ପୂର୍ବରୁ ବି ସେ ରାଜ୍ୟସଭାର ସଦସ୍ୟ ରହିଥିଲେ ।