ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ବଜେଟ ଉପସ୍ଥାପନ କରି ମଧ୍ୟବିତ୍ତଙ୍କ ପାଇଁ ସବୁଠାରୁ ବଡ ଘୋଷଣା କରିଛନ୍ତି । ଆୟକର ରିହାତି ସୀମା ୨.୫ ଲକ୍ଷରୁ ବଢାଇ ୫ ଲକ୍ଷ ଟଙ୍କା କରିଛନ୍ତି ଅର୍ଥମନ୍ତ୍ରୀ ପିୟୂଷ ଗୋଏଲ। ଅର୍ଥାତ୍ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଆୟ ଉପରେ କୈାଣସି ଟିକସ ଦେବାକୁ ପଡିବ ନାହିଁ । ପୂର୍ବରୁ ଅଢେଇ ଲକ୍ଷ ଟଙ୍କା ଆୟ ଉପରେ ୦% ଟିକସ ଦେବାକୁ ପଡୁଥିଲା । ଏବେ ମୋଦି ସରକାର ନିଜ ଶେଷ ବଜେଟରେ ବଡ ଘୋଷଣା କରି ମୋଦି ନେଇଛନ୍ତି ଏକ ବଡ ପଦକ୍ଷେପ । ପୂର୍ବରୁ ବଜେଟରେ ଆୟକର ରିହାତି ନେଇ ମଧ୍ୟ ପୂର୍ବାନୁମାନ କରା ଯାଉଥିଲା ।
ବିଶେଷ କରି ଆୟକର ସ୍ଲାବ୍ର ପରିବର୍ତ୍ତନ କରି କେନ୍ଦ୍ର ସରକାର ଆଗାମୀ ନିର୍ବାଚନ ପାଇଁ ମଧ୍ୟମବର୍ଗଙ୍କ ନିଜ ସପକ୍ଷରେ ଆଣିବାକୁ ଉଦ୍ୟମ କରିଛନ୍ତି। ବଜେଟ୍ ଆଗତ କରି ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଆୟ କରୁଥିବା କର୍ମଚାରୀ, ପେନସନ ଭୋଗୀ ଓ ବରିଷ୍ଠ ନାଗରିକମାନଙ୍କୁ ଆଉ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ। ଆୟକର ଛାଡ଼ସୀମାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।ଆଗରୁ ଏହା ୨.୫ ଲକ୍ଷ ଟଙ୍କା ଥିଲା। ସେହିପରି ଅନ୍ୟାନ୍ୟ ନିବେଶ ଉପରେ ସାଢ଼େ ୬ ଲକ୍ଷ ପର୍ୟ୍ୟନ୍ତ ଟିକସ ରିହାତି ମଧ୍ୟ ଘୋଷଣା କରିଛନ୍ତି ସରକାର । ଆଡ଼ିସନାଲ୍ ଡିଡ଼କସନ୍ ସୀମା ୨ ଲକ୍ଷକୁ ବୃଦ୍ଧି କରାଯାଇଛି। ବିଶେଷ କରି ମଧ୍ୟମବର୍ଗମାନକୁ ଶ୍ରୀ ଗୋୟଲଙ୍କ ଏହି ଘୋଷଣା ବେଶ୍ ଖୁସି ଦେଇଥିବା ବେଳେ ଏହି ଘୋଷଣା ବେଳେ ସଂସଦରେ ମଧ୍ୟ ବେଶ୍ ଖୁସି ପ୍ରକାଶ ପାଇଥିଲା।
ତେବେ ମୋଦି ସରକାରଙ୍କ ଶେଷ ଅର୍ଥ ବଜେଟରେ ଏହି ଘୋଷଣା ପରେ ବେଶ ଖୁସି ଅଛନ୍ତି ମଧ୍ୟବିତ ବର୍ଗର ଲୋକ । ତେବେ ଏହି ଘୋଷଣାକୁ ନେଇ ରାଜନୀତି ଆରମ୍ଭ ହୋଇ ଯାଇଛି । ନିର୍ବାଚନ ପାଖେଇ ଆସୁଥିବାରୁ ମୋଦି ମଧ୍ୟବିତ ବର୍ଗର ଭୋଟ ବ୍ୟାଙ୍କ ହାତେଇବା ପାଇଁ ଏହା ଏକ ଚକ୍ରାନ୍ତ । ଯଦି ଆଗରୁ ଏପରି ଦରଦ ଥିଲା ତେବେ ସେ କେଉଁଠି ଶୋଇଥିଲେ । ନିର୍ବାଚନ ପାଖେଇ ଆସୁଥିବାରୁ ଶେଷ ସମୟରେ ଭୋଟରଙ୍କୁ ମୋହରା ବନେଇବା ଏକ ମାଧ୍ୟମ ବୋଲି ଅଭିଯୋଗ କରିଛି କଂଗ୍ରେସ ।