ଆନ୍ଧ୍ରପ୍ରଦେଶ (ଏଟିଆର ବ୍ୟୁରୋ): ଗୋଟେ ପରେ ଗୋଟେ ଭଲ କାମ କରି ବାଃ ବାଃ ସାଉଁଟୁଛନ୍ତି ଆନ୍ଧ୍ରପ୍ରଦେଶର ନିବନିର୍ବାଚିତ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । କ୍ୟାବିନେଟ୍ ରେ ପାଞ୍ଚ ଜଣ ଉପମୁ୍ଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯାଇବାର ଘୋଷଣା କରିବା ପରେ ସେ ଶନିବାର ପଛୁଆ ବର୍ଗର ବିଧାୟକ ମହିଳାକୁ ଗୃହମନ୍ତ୍ରାଳୟର ଦାୟିତ୍ୱ ଦେଇଛନ୍ତି । ନିର୍ବାଚନରେ ଗୁଣ୍ଟୁର ଜିଲ୍ଲାରେ ବିଜୟ ହୋଇଥବା ବିଧାୟକ ମେଖାଥୋଟି ସୁଚରିତା ଏବେ ରାଜ୍ୟର ନୂତନ ଗୃହମନ୍ତ୍ରୀ ହେବେ ।
ଅମରାବତି ର ରାଜ୍ୟ ସଚିବାଳୟରେ ଆୟୋଜିତ ବୈଠକରେ ୨୪ ଜଣ ବିଧାୟକଙ୍କ ସମେତ ସୁଚରିତାଙ୍କୁ ମନ୍ତ୍ରୀ ପଦର ଶପଥ ଗ୍ରହଣ କରାଯାଇଛି । ତେଲେଙ୍ଗାନା ହେବା ପରେ ସୁଚରିତା ଆନ୍ଧ୍ରପ୍ରଦେଶର ପ୍ରଥମ ମହିଳା ଗୃହମନ୍ତ୍ରୀ ହେବେ ।
ପୂର୍ବରୁ ଜଗନ ମୋହନ ରେଡ୍ଡୀଙ୍କ ପିତା ରାଜଶେଖର ରେଡ୍ଡୀ ବି ଜଣେ ମହିଳାଙ୍କୁ ଆନ୍ଧ୍ରପ୍ରଦେଶର ଗୃହମନ୍ତ୍ରୀ ଦାୟିତ୍ୱ ଦେଇଥିଲେ । ରାଜଶେଖରଙ୍କ ଦ୍ୱାରା ସବିତା ଇନ୍ଦ୍ର ରେଡ୍ଡୀ ଗୃହମନ୍ତ୍ରୀ ଭାବେ ନିଯୁକ୍ତି ପାଇଥିଲେ । ଏବେ ଟିଆରଏସ ର ବିଧାୟକ ଅଛନ୍ତି ସବିତା ଇନ୍ଦ୍ରା ରେଡ୍ଡୀ ।
ପ୍ରଥମ ଥର ପାଇଁ ଆନ୍ଧ୍ରପ୍ରଦେଶରେ ଜଗନ ମୋହନ ରେଡ୍ଡୀ ତାଙ୍କ କ୍ୟାବିନେଟରେ ୫ ଉପମୁଖ୍ୟମନ୍ତ୍ରୀଙ୍କୁ ସାମିଲ କରିଛନ୍ତି । ଏନେଇ ଶ୍ରୀ ରେଡ୍ଡୀ କହିଛନ୍ତି କି ଏହାଦ୍ୱାରା ରାଜ୍ୟରେ ଅନୁସୂଚିତ ଜାତି, ଜନଜାତି,ପଛୁଆବର୍ଗ,ଅଳ୍ପସଂଖ୍ୟକ ଏବଂ କାପୁ ସମୁଦାୟକୁ ପ୍ରତିନିଧିତ୍ୱ କରାଯିବାକୁ ଦିଆଯିବ ।
ଶ୍ରୀ ରେଡ୍ଡୀଙ୍କ ଏହି ନିଷ୍ପତିକୁ ନେଇ ସେପଟେ ବିପକ୍ଷ ଦଳ ପକ୍ଷରୁ କୌଣସି ଆପତି ଆସି ନାହିଁ । ବରଂ ବିପକ୍ଷ ଦଳ ଟିଡିପି ର ଲଙ୍କା ଦିନାକରଣ କହିଛନ୍ତି କି, ଏହା ମୁଖ୍ୟମନ୍ତ୍ରୀଙ୍କ ବିଶେଷାଧିକାର ରହିଛି । ତାଙ୍କ କ୍ୟାବିନେଟରେ ସେ ଯିଏ ବି ସାମିଲ ହେବାର ଯୋଗ୍ୟ ତାଙ୍କୁ ସେ ନେଇପାରନ୍ତି । ସେହିପରି ଜନତାଙ୍କ ଆଶା ଅନୁଯାୟୀ ଆମେ ତାଙ୍କଠାରୁ କିଛି ଭଲ କରିବାର ଆଶା ରଖୁଛୁ ।