ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କଂଗ୍ରେସ ମଙ୍ଗ ଛାଡି ବିଜେପିରେ ସାମିଲ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ବିଜେପିର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ନାମାଙ୍କନ ଦାଖଲ କରିବା ପୂର୍ବରେ ସେ ପୂର୍ବତନ ମନ୍ତ୍ରୀ ୟଶୋଧରା ରାଜେ ସିନ୍ଧିଆଙ୍କ ସହ ସାକ୍ଷାତ କରିଥିଲେ ।
ଗତ ମଙ୍ଗଳବାର ଦିନ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେବା ପରେ ବୁଧବାର ଦିନ ବିଧି ବଦ୍ଧ ଭାବେ ବିଜେପିରେ ସାମିଲ ହୋଇଥିଲେ । ଏହାପରେ ବିଜେପି ପକ୍ଷରୁ ତାଙ୍କୁ ରାଜ୍ୟସଭା ପାଇଁ ଟିକେଟ ଦିଆଯାଇଥିଲା ।
ବିଜେପି ପକ୍ଷରୁ ସିନ୍ଧିଆଙ୍କୁ ପରିବାର ସଦସ୍ୟ ରୂପେ ସ୍ୱାଗତ କରାଯାଇଥିଲା । କଂଗ୍ରେସରେ ଥିବା ସମୟରେ ସିନ୍ଧିଆ ସାଂସଦ ହେବା ସହ କେନ୍ଦ୍ର ମନ୍ତ୍ରୀ ମଧ୍ୟ ହୋଇଛନ୍ତି । ସେ ତାଙ୍କ ପିତାଙ୍କ ନିଧନ ପରେ ୨୦୦୧ ମସିହାରେ ରାଜନୀତିରେ ପାଦ ଥାପି ଥିଲେ ।