ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକସଭା ନିର୍ବାଚନରେ ବିଜେପି ସତ୍ତାକୁ ଆସିଲେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶାନ୍ତି ବାର୍ତ୍ତାର ଆସାର ଅଧିକ ରହିବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ବିଶ୍ୱାସ ଜତାଇଛନ୍ତି । ସେ କହିଛନ୍ତି କି ଯଦି ଆଗାମୀ ନିର୍ବାଚନରେ କଂଗେସ ଜିତୁଛି ତେବେ ବିଜେପିକୁ ଡରି କାଶ୍ମୀର ପ୍ରସଙ୍ଗରେ ଆଲୋଚନା ଜରିଆରେ ସମାଧନ କରିବାରେ ପଛ ଘୁଞ୍ଚା ଦେଇପାରେ । ମାତୟ ଏହି ପ୍ରସଙ୍ଗରେ ବିଜେପି ସମାଧନର ରାସ୍ତା ବାହାର କରିପାରିବ ।
ବୈଦେଶିକ ମିଡିଆକୁ ସାକ୍ଷାତ କରି ଇମାରାନ୍ ଅଭିଯୋଗ କରିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳରେ କେବଳ କଶ୍ମୀର ନୁହେଁ ପୂରା ଭାରତରେ ରହୁଥିବା ମୁସଲମାନମାନେ ଭିନ୍ନ ଅନୁଭବ କରୁଛନ୍ତି । ମୁଁ ବି ଭାବି ପାରୁନାହିଁ ଯାହା ଏବେ ଭାରତରେ ହେଉଛି । ମୁସଲମାନ୍ ବିଚାରଧାରକୁ ନେଇ ହମଲା ହେଉଛି । ପୂର୍ବରୁ ଭାରତୀୟ ମୁସଲମାନମାନେ ନିଜର ସ୍ଥିତିକୁ ନେଇ ଖୁସି ଥିଲେ । କିନ୍ତୁ ଆଜି ସେମାନେ ହିନ୍ଦୁ ରାଷ୍ଟ୍ରବାଦକୁ ନେଇ ଚିନ୍ତିତ ଅଛନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି କି ଇଜରାୟଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ଭଳି ଡରି ଏବଂ ରାଷ୍ଟ୍ରବାଦୀ ଭାବନାକୁ ଆଧାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର କରୁଛନ୍ତି । ଜମ୍ମୁ କଶ୍ମୀରର ଲୋକଙ୍କ ବିଶେଷ ଅଧିକାର ପ୍ରସ୍ତାବକୁ ସମାପ୍ତ କରିବା ପାଇଁ ବିଜେପି ସଂକଳ୍ପ ନେଇଥିଲା । ଏହା ହୁଏତ କେବଳ ନିର୍ବାଚନୀ ଷ୍ଟଣ୍ଟ ହୋଇପାରେ ।
ଇମରାନ୍ ଦାବି ମଧ୍ୟ କରିଛନ୍ତି କି ପାକିସ୍ତାନରେ ଥିବା ସମସ୍ତ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିବା ପାଇଁ ପ୍ରତିବଦ୍ଧ ଏବଂ ଏନେଇ କାର୍ଯ୍ୟକାରୀ ମଧ୍ୟ କରାଯାଇଛି । ଇମରାନ ଖାନ୍ ଙ୍କ କଶ୍ମୀର ସଂଘର୍ଷକୁ ରାଜନୈତିକ ବୋଲି କୁହାଯାଉଛି ।