ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆଗକୁ ଦିଲ୍ଲୀ ବିଧାନ ସଭା ନିର୍ବାଚନ ହେବ । ତେବେ ଏହାକୁ ନେଇ ବିଭିନ୍ନ ଦଳ ମାନେ ନିଜର ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିସାରିଲେଣି । ଏହାକୁ ନଜରରେ ରଖି ଦିଲ୍ଲୀର ଶାସକ ଦଳ ଆମ୍ ଆଦମୀ ପାର୍ଟି ଜଣାଶୁଣା ନିର୍ବାଚନ ରଣନୀତି ବିଶେଷଜ୍ଞ ପ୍ରଶାନ୍ତ କିଶୋରଙ୍କୁ ନିଜ ଦଳର ରଣନୀତି ଭାର ସମ୍ଭାଳିବା ପାଇଁ ଦେଇଛନ୍ତି । ଏନେଇ ଆମ୍ ଆଦମୀ ପାର୍ଟିର ପ୍ରତିଷ୍ଠାତା ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ ରେ ଲେଖିଛନ୍ତି ଯେ ଆମ୍ ଆଦମୀ ପାର୍ଟି ସହ ଆଇ-ପିକେ ଯୋଡି ହୋଇଛି । ଏହା ସହ ସେ ଆଇ-ପିକେ ସଂସ୍ଥାକୁ ସ୍ୱାଗତ କରିଛନ୍ତି ।
ଆଇ-ପିକେ ର ଅର୍ଥ ହେଉଛି ଇଣ୍ଡିଆନ ପଲିଟିକ୍ସ ଏକ୍ସନ କମିଟି । ଏହି ସଂସ୍ଥା ପ୍ରଶାନ୍ତ କିଶୋରଙ୍କର ଯାହାକି ନିର୍ବାଚନ ପରିଚାଳନାର କାମ କରିଥାଏ । ସୂଚନା ଯୋଗ୍ୟ ଥାଉକି ପ୍ରଶାନ୍ତ କିଶୋର ୨୦୧୪ ସାଧାରଣ ନିର୍ବାଚନ ବେଳେ ବିଜେପିର ପ୍ରଚାର ଦାୟୀତ୍ୱ ନେଇଥିଲେ । ଏହି ନିର୍ବାଚନ ରେ ବିଜେପି ବିଜୟୀ ହୋଇଥିଲା । ଏହା ପରେ ପ୍ରଶାନ୍ତ ୨୦୧୫ରେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର, ୨୦୧୭ରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରଚାର କରିଥିଲେ । ନିକଟରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶିବସେନାର ପ୍ରଚାର ଦାୟୀତ୍ୱ ନେଇଥିଲେ ପ୍ରଶାନ୍ତ । ଜଣେ ନିର୍ବାଚନ ରଣନୀତିକାର ସହ ପ୍ରଶାନ୍ତ ନିଜେ ଜଣେ ସକ୍ରିୟ ନେତା । ବର୍ତ୍ତମାନ ପ୍ରଶାନ୍ତ ନୀତୀଶ କୁମାରଙ୍କ ଜେଡିୟୁରେ ଉପ- ସଭାପତି ଅଛନ୍ତି ।