ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲାଲୁ ଯାଦବଙ୍କ ଜାମିନ ପିଟିସନ ଉପରେ ଶୁକ୍ରବାର ଝାରଖଣ୍ଡ ହାଇକୋର୍ଟରେ ଶୁଣାଣି ଟାଳି ଦିଆଯାଇଛି । ଜାମିନି ପିଟିସନ୍ ଉପରେ ଶୁଣାଣି ପାଇଁ ଆଗାମୀ ନଭେମ୍ବର ୨୯ ତାରିଖ ଦିଆଯାଇଛି । ଚାରା ଘୋଟାଲା ସହ ଜଡିତ ଦୁମକା ଟ୍ରେଜେରୀରୁ ଟଙ୍କା ଉଠାଇବା ମାମଲାରେ ଲାଲୁ ଯାଦବ ଜାମିନ୍ ମାଗିଛନ୍ତି । ଲାଲୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା କହି ପିଟିସନ୍ ଦାଖଲ କରିଛନ୍ତି ।
ପିଟିସନ୍ ରେ ଅନୁରୋଧ କରାଯାଇଛି କି ଦଣ୍ଡ କାଟିବାର ଅବଧିର ଅଧାରୁ ଅଧିକ ସମୟ ଜେଲ୍ ରେ କଟି ଗଲାଣି । ଚାରା ଘୋଟାଲା ମାମଲାରେ ସିବିଆଇର ବିଶେଷ ଅଦାଲତ ୨୩ ଡିସେମ୍ବର ୨୦୧୭ରେ ଲାଲୁଙ୍କୁ ୩.୫ ବର୍ଷର ସଜା ଶୁଣାଇଥିଲା ।
ଗତବର୍ଷ ମାର୍ଚ୍ଚ ମାସରେ ଲାଲୁଙ୍କ ସ୍ୱାସ୍ଥ୍ୟ ବିଗିଡି ଯିବା ଯୋଗୁଁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । କୋର୍ଟ ତାଙ୍କୁ ମେ’ ୧୧ ରେ ଚିକିତ୍ସା ପାଇଁ ଛଅ ସପ୍ତାହର ଜାମିନ ମଞ୍ଜୁରୀ ଦେଇଥିଲେ । ପରେ ପୁଣି ଏହି ମଞ୍ୁରୀର ଅବଧିକୁ ବୃଦ୍ଧି କରାଯାଇ ଅଗଷ୍ଟ ପର୍ଯ୍ୟନ୍ତ କରାଯାଇଥିଲା । ଏହାପରେ ଅଗଷ୍ଟ ୩୦ କୋର୍ଟରେ ସରେଣ୍ଡର ହେବାକୁ କୋର୍ଟ ପକ୍ଷରୁ ଲାଲୁଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାପର ଠାରୁ ଲାଲୁ ରିମ୍ସରେ ଅଛନ୍ତି ।