ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦିଲ୍ଲୀର ଐତିହାସିକ ରାମଲୀଳା ମୈଦାନରେ ଆଜି ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ତୃତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହି ଅବସରରେ କୁନି କେଜ୍ରିୱାଲ ତଥା ‘ଲିଟିଲ୍ ମଫଲର ମ୍ୟାନ’ଙ୍କୁ ଦେଖିବାକୁ ମିଳିଛି । ରିପୋର୍ଟ ମୁତାବକ, ଏହି କୁନି କେଜ୍ରିୱାଲ ଓରଫ ଆବୟାନ ତୋମରଙ୍କୁ ଅରବିନ୍ଦ କେଜ୍ରିୱାଲଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ର ପଠାଯାଇଥିଲା ।
ଅପରପକ୍ଷେ ମୁଖ୍ୟମନ୍ତ୍ରୀଙ୍କ ସମେତ ୬ ଜଣ ବିଧାୟକ ଆଜି ମନ୍ତ୍ରୀ ଭାବେ ଶପଥ ନେଉଛନ୍ତି । ଏନେଇ ରାମଲୀଳା ମୈଦାନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେଉଛି । ଏମାନେ ହେଲେ ମନୀଷ ଶିଶୋଦିଆ , ସତ୍ୟେନ୍ଦ୍ର ଜୈନ, ଗୋପାଳ ରାୟ , କୈଳାସ ଗହଲୋତ, ଇମ୍ରାନ ହୁସେନ ଓ ରାଜେନ୍ଦ୍ର ଗୌତମ ।