ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକସଭାର ଶେଷ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧନ୍ୟବାଦ ପ୍ରସ୍ତାବକୁ ନେଇ ନିଜ ସରାକରର ଉପଲବ୍ଧିର ଲେଖା-ଯୋଖା ଭାବେ ଆଗତ କରିଛନ୍ତି । ଲୋକସଭାରେ ନରେନ୍ଦ୍ର ମୋଦିଙ୍କ ଏହା ଶେଷ ଭାଷଣ ଥିଲା । ଅଗାମୀ ନିର୍ବାଚନ ପରେ ଯେଉଁ ସରକାର ଶାସନରେ ରହିବେ ସେ ହିଁ ଲୋକସଭାରେ ଭାଷଣ ଦେବେ । ନରେନ୍ଦ୍ର ମୋଦି ଲୋକସଭାରେ ତାଙ୍କ ଶେଷ ଭାଷଣ ସର୍ବେଶ୍ୱର ଦୟାଲ ସକ୍ସେନାଙ୍କ କବିତାରୁ ହିଁ କରିଥିଲେ । ସେ ଭ୍ରଷ୍ଟାଚାର ଠାରୁ ଆରମ୍ଭ କରି ପ୍ରତିରକ୍ଷା ଡିଲ୍ ର ଦଲାଲ ପର୍ଯ୍ୟନ୍ତ ଏବଂ ସେବା ଠୁ ନେଇ ଟଙ୍କା ନେଇ ବିଦେଶ ପଳାୟନର ପ୍ରସଙ୍ଗ ଯାଏଁ ଯାଇଥିଲେ ।
ଭାଷଣରେ ନରେନ୍ଦ୍ର ମୋଦି ସିଧା ସଳଖ କଂଗ୍ରେସକୁ ଟାର୍ଗେଟ କରିଥିଲେ । ତାଙ୍କ ସମ୍ବୋଧନର ଆରମ୍ଭରୁ ସେ ସର୍ବେଶ୍ୱର ଦୟାଲ ସକ୍ସେନାଙ୍କ କବିତାର କିଛି ପଂକ୍ତି ବି ଶୁଣାଇ ଥିଲେ । ଏହାସହିତ ଶ୍ରୀ ମୋଦି କଂଗ୍ରେସକୁ ଟାର୍ଗେଟ କରି ତାଙ୍କ ସରକାରଙ୍କ ବିରୋଧରେ ଲାଗିଥିବା ଆରୋପକୁୁ ତଦନ୍ତ କରିବା ପାଇଁ ଦାବି କରିଛନ୍ତି । ସେ ତାଙ୍କ ର ସାଢେ ଚାରି ବର୍ଷର ଉପଲବ୍ଧିକୁ ସୂଚିବଦ୍ଧ କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କର ୫୫ ମାସର କାର୍ଯ୍ୟକାଳକୁ ସେବା ଭୋଗ ବୋଲି କହିଛନ୍ତି । ଯେଉଁ ଲୋକ ଦେଶକୁ ଲୁଟୁଛନ୍ତି ସେମାନେ ଲଗାତର ଭାବେ ତାଙ୍କୁ ଡରୁଛନ୍ତି ବୋଲି ସେ କହିଛନ୍ତି ।
ମୋଦି ତାଙ୍କ ଭାଷଣରେ ବିପକ୍ଷଙ୍କ ଦ୍ୱାରା ତାଙ୍କ ବିରୋଧରେ ତିଆରି ହୋଇଥିବା ଗଠବନ୍ଧନ କୁ ଟାର୍ଗେଟ କରିଥିଲେ । ସେ କହିଛନ୍ତି କି, ୩୦ ବର୍ଷରେ ପ୍ରଥମ ଥର ପାଇଁ କୌଣସି ପାର୍ଟିକୁ ୨୦୧୪ରେ ପୂର୍ଣ୍ଣ ବହୁମତ ମିଳିଛି । କିଭଳି ଭାବେ ବହୁମତ ସରାକର କାମ କରୁଛି ତାହା ଭାରତର ଲୋକେ ଦେଖିଛନ୍ତି । ଏହି ସରକାର କଦାପି ମିଶ୍ରିତ ସରକାର ଚାହୁଁ ନାହିଁ, ଯେଉଁ ଭଳି କୋଲାକତାରେ ଏକାଠି ହୋଇଥିଲେ । ଯଦି ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ବହୁମତ ସରାକର ଥାନ୍ତା ତେବେ ଦେଶ ଆଜି ବହୁତ ଆଗକୁ ଥାନ୍ତା ।
କଂଗ୍ରେସର ସେହି ଅଭିଯୁକ୍ତକୁ ନରେନ୍ଦ୍ର ମୋଦି ଜବାବ ଦେଇଛନ୍ତି ଯିଏ ବିଜେପି ଉପରେ ସଂସ୍ଥାନକୁ ନଷ୍ଟ କରିବା ଏବଂ ଦୁରୂପଯୋଗ କରିବାର ଆରୋପ ଲଗାଇଥିଲେ । ସେ କହିଛନ୍ତି , ଚୋର ଓଲଟା ଚୌକିଦାରୀଙ୍କୁ ଗାଳି କରିବ । କଂଗ୍ରେସ ଜରୁରୀକାଳୀନ ଲଗାଇଲା କିନ୍ତୁ ମୋଦି ସଂସ୍ଥାନଙ୍କୁ ନଷ୍ଟ କରୁଛି । କଂଗ୍ରେସ ସେନାଙ୍କ ଧଜିଆ ଉଡାଇଲା ଏବଂ ସେନାଧ୍ୟକୁ ଗୁଣ୍ଡା କହିଲା କିନ୍ତୁ ମୋଦି ସଂସ୍ଥାନକୁ ନଷ୍ଟ କରୁଛି । କଂଗ୍ରେସ ନ୍ୟାୟ ବ୍ୟବସ୍ଥାର ମଜାକ ଉଡାଇଲା କିନ୍ତୁ ମୋଦି ସଂସ୍ଥାନର ନଷ୍ଟ କରୁଛି ।