ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପଶ୍ଚିମବଙ୍ଗରେ ଦିନକୁ ଦିନ ହିଂସାକାଣ୍ଡ ବଢିବାର ଲାଗିଛି । ଏହି ହିଂସାକାଣ୍ଡ ର ପ୍ରକୃତ ଦୋଷୀ ବିଜେପି ବୋଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି କହିଛନ୍ତି । ଗୁରୁବାର ମମତା କହିଛନ୍ତି କି ବିଜେପିର କୌଣସି ବିଜୟ ଉତ୍ସବ ପାଇଁ ରାଜ୍ୟରେ ଅନୁମତି ଦିଆଯିବ ନାହିଁ । ଏହାସହିତ ଏହି ନିୟମକୁ ଯିଏ ଉଲ୍ଲଘଂନ କରିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ପୋଲିସକୁ କହିଛନ୍ତି । ତୃଣମୂଳ କଂଗ୍ରେସର ମୃତକ କାର୍ଯ୍ୟକର୍ତ୍ତା ନିର୍ମଳ କୁଣ୍ଡୁଙ୍କ ଘରେ ସେ ଏନେଇ ଆଲେଚନା କରିଛନ୍ତି ।
ମମତା କହିଛନ୍ତି କି, ହୁଗୁଳି , ବାଙ୍କୁର, ପୁରୁଲିଆ ଏବଂ ମିଦନାପୁରରେ ବିଜେପି ତାର ବିଜୟ ଉତ୍ସବ ନାମରେ କିଛି ହିଂସାତ୍ମକ କାଣ୍ଡ କରିବ ବୋଲି ମୋ ଜାଣିବାକୁ ପାଇଛି । ସେଥିପାଇଁ ରାଜ୍ୟରେ କୌଣସି ବିଜୟ ଉତ୍ସବ ପାଳନ କରାଯିବ ନାହିଁ କାରଣ ଲୋକସଭା ନିର୍ବାଚନ ଫଳାଫଳ ଆସିବାର ୧୦ ଦିନରୁ ଅଧିକ ସମୟ ହୋଇଗଲାଣି ।
ସେ ଆହୂରୀ ମଧ୍ୟ କହିଛନ୍ତି କି ଯଦି କୌଣସି ନେତା ରାଜ୍ୟରେ ଦଙ୍ଗା ଭଳି ସ୍ଥିତି କରିବାକୁ ଚେଷ୍ଟା କରନ୍ତି ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସ୍ଥିତିକୁ ରୋକିବା ପାଇଁ ମୁଁ ପୋଲିସକୁ କହିଛି ।
ପଶ୍ଚିମବଙ୍ଗରେ ଯେବେଠାରୁ ବିଜେପି ବିଜୟ ହାସଲ କରିଛି ସେବେଠୁ ହିଂସା କାଣ୍ଡ ବଢି ଚାଲିଛି ବରଂ ଥମିବାର ନା ଧରୁନି । ପଶ୍ଚିମବଙ୍ଗରେ ଲୋକସଭାର ୪୨ ସିଟ୍ ରହିଛି । ସେଥିମଧ୍ୟରୁ ତୃଣମୂଳ କଂଗ୍ରେସ ୨୨ ଟି ସିଟ୍ , ବିଜେପି ୧୮ ଟି ସିଟ୍ ରେ ବିଜୟ ହାସଲ କରିଛି । ଏହାପୂର୍ବରୁ ବିଜେପି କେବଳ ୨ଟି ସିଟ୍ ରେ ବିଜୟ ଲାଭ କରିଥିଲା ।