ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଣି କେନ୍ଦ୍ରସରକାରଙ୍କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନର୍ଜି । ସେ କହିଛନ୍ତି କି ଦେଶରେ ଏବେ ସୁପର ଏମରଜେନ୍ସି ଚାଲିଛି ଏବଂ ଆମକୁ ଆମର ଅଧିକାରକୁ ରକ୍ଷା କରିବା ଉିଚିତ୍ ।
ମମତା ବାନାର୍ଜି ଟ୍ୱିଟ୍ କରି କହିଛନ୍ତି କି, ଆଜି ଆର୍ନ୍ତଜାତୀୟ ଗଣତନ୍ତ୍ର ଦିବସ । ଆସନ୍ତୁ ପୁଣି ଥରେ ଆମେ ଦେଶରେ ସ୍ଥାପିତ ଥିବା ସାମ୍ବିଧାନିକ ମୂଲ୍ୟକୁ ରକ୍ଷା କରିବାର ସଂକଳ୍ପ ନେବା । ସୁପର ଏମରଜେନ୍ସିର ଏହି ଅବସରରେ ଆମକୁ ସେହି ସମସ୍ତ ଅଧିକାରଏବଂ ସ୍ୱାଧୀନତା ର ରକ୍ଷା ପାଇଁ ପଦକ୍ଷେପ ଉଠାଇବା ଉଚିତ୍ ଯାହାର ଗାରେଣ୍ଟି ଆମ ସମ୍ବିଧାନ ଦେଇଛି ।
ମୋଦି ସରକାରଙ୍କୁ ସବୁବେଳେ ଟାର୍ଗେଟ କରିଥାନ୍ତି ମମତା । ଅଗଷ୍ଟ ୨୮ ରେ ସେ କେନ୍ଦ୍ର ସରକାର ଉପରେ ସଙ୍ଗୀନ ଅଭିଯୋଗ ଲଗାଇଥିଲେ । ସେ ଆହୁରୀ ମଧ୍ୟ କହିଥିଲେ କି ଯଦି ତାଙ୍କୁ ଜେଲ ବି ଯିବାକୁ ପଡେ ତାହାଲେ ଯିବେ ପଛେ କିନ୍ତୁ ବିଜେପି ଆଗରେ ମୁଣ୍ଡ ନୁଆଁଇବେ ନାହିଁ । ସେ ତାଙ୍କ ମନ୍ତ୍ରୀମାନଙ୍କ ଆଗରେ ସିବିଆଇ ଦ୍ୱାରା ସମନ ଦିଆଯିବା କଥା ଆଲୋଚନା କରି ଦାବି କରିଥିଲେ କି ବିଜେପି ସରକାର ପଶ୍ଚିମବଙ୍ଗକୁ ନିଜ ଅଧିନକୁ ନେବା ପାଇଁ ଚେଷ୍ଟା କରୁଛି ।
ଏହାପୂର୍ବରୁ ଜୁନ୍ ୨୫ ରେ ମୋଦି ସରକାରଙ୍କ ଉପରେ ଲୋକତନ୍ତ୍ରର ହତ୍ୟା କରିବାକୁ ନେଇ ଅଭିଯୋଗ ଲଗାଇଥିଲେ । ସେ କହିଥିଲେ କି ଆଜି ୧୯୭୫ ରେ ଘୋଷିତ ହୋଇଥିବା ଜରୁରୀକାଳୀନ ପରିସ୍ଥିତିର ବର୍ଷ । ଗତ ପାଞ୍ଚ ବର୍ଷ ହେବ ଦେଶ ସୁପର ଇମରଜେନ୍ସି ଦେଇ ଗତି କରୁଛି । ଆମକୁ ଅତିତରୁ କିଛି ଶିକ୍ଷିବା ଉଚିତ୍ । ଦେଶରେ ଗଣତନ୍ତ୍ର ସୁରକ୍ଷା ପାଇଁ ଲଢିବା ଉଚିତ୍ ।