ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ଧର୍ମଶାଳା ମଇଦାନକୁ ଦକ୍ଷୀଣ ଆଫ୍ରିକା ବିପକ୍ଷରେ ଟିମ୍ ଇଣ୍ଡିଆ ଓହ୍ଲାଇବ । ଏହି ଅବସରରେ ଟିମ୍ ଇଣ୍ଡିଆର ଜର୍ସିରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ । ଆଜ୍ଞା ହଁ ଟିମ୍ ଇଣ୍ଡିଆର ଜର୍ସିରୁ ଚାଇନିଜ୍ କମ୍ପାନୀ ଓପୋକୁ ହଟାଯାଇ ଏବେ ହିନ୍ଦୁସ୍ତାନୀ ଭାରତୀୟ କମ୍ପାନୀର ନାଁ ମ୍ୟାନ ଇନ ବ୍ଲୁ ଲଗାଯାଇଛି । ଓପୋ ପକ୍ଷରୁ ଟାଇଟେଲ ସ୍ପନ୍ସରର ଅଧିକାର ଭାରତୀୟ ଏଜୁକେସନ ସେକ୍ଟର ସହିତ ଜଡିତ କମ୍ପାନୀ ବାୟଜୁକୁ ବିକ୍ରି କରିଦିଆଯାଇଛି । ଧର୍ମଶାଳାରେ ଟିମ୍ ଇଣ୍ଡିଆର କାପ୍ଟେନ ବିରାଟ କୋହଲି, ଉପ-କାପ୍ଟେନ ରୋହିତ ଶର୍ମା ଏବଂ କୋଚ ରବି ଶାସ୍ତ୍ରୀ ଏହି ନୂଆ ଜର୍ସିକୁ ଲଞ୍ଚ କରିଛନ୍ତି ।
ଦକ୍ଷୀଣ ଭାରତ ବିପକ୍ଷରେ ପ୍ରଥମ ଟି୨୦ ରେ ନୂତନ ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ମ୍ୟାଚ୍ ପୂର୍ବରୁ ଅଭ୍ୟାସ ପାଇଁ ବି ବାୟଜୁ ର ନାଁ ଟିମ୍ ଇଣ୍ଡିଆ ଜର୍ସିରେ ଆସି ଯାଇଛି । ଶନିବାର ଦିନ ସାମ୍ବାଦିକ ସମ୍ମିଳନୀରେ ବିରାଟ କୋହଲି ଯୋଗ ଦେଲା ବେଳେ ତାଙ୍କ ଜର୍ସିରେ ବାୟଜୁ ଲେଖା ହୋଇଥିଲା ।
ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆର ଜର୍ସିରେ ଓପୋ ନାଁ ପାଞ୍ଚ ବର୍ଷ ଯାଏଁ ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା, କିନ୍ତୁ ଅଧାରୁ କମ୍ପାନୀ ତାର ନିଷ୍ପତି ବଦଳାଇଛି । ଏବେ ସେ ତାର ଟାଇଟେଲ ସ୍ପନ୍ସରକୁ ବାୟଜୁକୁ ଟ୍ରାନ୍ସଫର କରିଦେଇଛି ।
୨୦୧୭ ମସିହାରେ ଓପୋ ପକ୍ଷରୁ ଟିମ୍ ଇଣ୍ଡିଆର ଜର୍ସି ଉପରେ ଟାଇଟେଲ ସ୍ପନ୍ସରର ଅଧିକାର ୧୦୭୯ କୋଟି ଟଙ୍କାରେ କିଣାଯାଇଥିଲା । ରିପୋର୍ଟ ମୁତାବକ ଏହି ଡିଲ ଓପୋକୁ ବହୁତ ମହଙ୍ଗା ପଡିଲା ଯେଉଁଥିପାଇଁ ସେ ବାୟଜୁକୁ ବିକ୍ରି କରିବାକୁ ବାଧ୍ୟ ହେଲା । ହୁଏତ ଜର୍ସିରୁ ଓପୋ ହଟିବା ପରେ ବିସିସିଆଇକୁ କୌଣସି କ୍ଷତି ହେବ ନାହିଁ । ବୋର୍ଡକୁ ସେତିକି ଟଙ୍କା ମିଳିବ ଯେତିକି ଚାଇନିଜ୍ କମ୍ପାନୀ ଓପୋ ଦେଉଥିଲା । ଏହି ଡିଲ୍ ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଚାଲିବ ।