ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ସେ କେନ୍ଦ୍ର ସରକାରଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି କି, ସରକାର ନିବେଶକଙ୍କ ପାଇଁ ପ୍ରତିକୂଳ ମାହୋଲ ସୃଷ୍ଟି କରିଛନ୍ତି । ଭାରତୀୟ ଉଦ୍ୟୋଗପତି ନିୟମିତ କର ସମେତ ସିବିଆଇ କର ଭରିବାକୁ ନେଇ ଚିନ୍ତାରେ ରହିଥାନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ଉଦ୍ୟୋଗପତିଙ୍କୁ ମୋର ଅନୁରୋଧ କି ସେମାନେ ପଶ୍ଚିମବଙ୍ଗରେ ନିବେଶ କରନ୍ତୁ । ସେ ଉଦ୍ୟୋଗପତିଙ୍କୁ ଆଶ୍ୱସନା ଦେଇ କହିଛନ୍ତି , ଆପଣଙ୍କୁ କୌଣସି ପ୍ରକାରର ମାନସିକ ଚାପର ସାମ୍ନା କରିବାକୁ ପଡିବ ନାହିଁ ।
ଉଦ୍ୟୋଗ ଜଗତର କିଛି ଲୋକଙ୍କ କହିବାନୁଯାୟୀ ସେମାନଙ୍କୁ ବ୍ୟବସାୟ କରିବା ସମୟରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡୁଛି । ଏହାସହିତ ବିଭିନ୍ନ ପ୍ରକାରର କର ଦେବାକୁ ପଡୁଛି । ଯେଉଁଥି ପାଇଁ ଏବେ ବ୍ୟବସାୟ କରିବାକୁ ବ୍ୟବସାୟୀ ଡରିଲେଣି । ଯଦି ଏଭଳି ଚାଲେ ତେବେ ବ୍ୟବସାୟ କିଭଳି ହେବ ।
ମାତ୍ର ଦିଦିଙ୍କ କହିବାନୁଯାୟୀ, ପଶ୍ଚିମବଙ୍ଗରେ ବିନା କୌଣସି ଚିନ୍ତାରେ ଆପଣ ବ୍ୟବସାୟ କରିପାରିବେ । ଏଠାରେ କୌଣସି କଥାକୁ ନେଇ ଡରିବା ଆବଶ୍ୟକତା ନାହିଁ । ପଶ୍ଚିମବଙ୍ଗ ସରକାର ସମ୍ପୂର୍ଣ୍ଣ ଭାବେ ସାହାଯ୍ୟ କରିବେ ।