ଲକ୍ଷ୍ମୌ ( ଏଟିଆର ବ୍ୟୁରୋ): ମୋଦିଙ୍କୁ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନକରାଇଦେବାକୁ ଦେଶର କିଛି ଆଞ୍ଚଳିକ ଦଳର ମୁଖ୍ୟ ମାନେ ମହାମେଣ୍ଟ ଗଠନ କରିଥିଲେ । ଉଦେଶ୍ୟ ରହିଥିଲା କେବଳ ଗାଦିରୁ ମୋଦିଙ୍କୁ ହଟାଇବା । ଚନ୍ଦ୍ରବାବୁ ନାଇଡୁ, ମମତା ବାନାର୍ଜିୀ , ମାୟାବତୀଙ୍କ ପରି କେତେକ ଆଞ୍ଚଳିକ ଦଳମାନେ କଂଗ୍ରେସ ହାତ ଧରିଥିଲେ । ଗତକାଲିର ଫଳାଫଳ ଏସବୁକୁ କିନ୍ତୁ ଭୁଲ ପ୍ରମାଣିତ କରିଛି । ବିଜେପି ବହୁମତରେ ବିଜୟ ହୋଇଛି ।
ଯାହାକୁ ନେଇ ଆଜି ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ପ୍ରକାଶ କରିଥିବା ଉତ୍ତର ପ୍ରଦେଶର ବହୁଜନ ସମାଜ ବାଦୀ ପାର୍ଟି ସୁପ୍ରିମୋ ମାୟାବତୀ ଏବେ ପରାଜୟ ନେଇ ମୁହଁ ଖୋଲିଛନ୍ତି । ସେ ପରାଜୟ ପାଇଁ ଇଭିଏମକୁ ଦାୟୀ କରିଛନ୍ତି । ସୂଚନାଯୋଗ୍ୟ ଦଳ ଏଠାର ୮୦ ଟି ଆସନ ପାଇବାର ଆଶା ରଖିଥିବା ବେଳେ ମାତ୍ର ୧୫ ଟି ଆସନରେ ବିଜୟ ହୋଇଛି । ସେହିଭଳି ବିଜେପିକୁ ୬୨ ଟି ଆସନ ମିଳିଥିବା ବେଳେ କଂଗ୍ରେସ ୧ ଟି,ଅପନାଦଲ (ଏସ )କୁ ୨ ଟି ଆସନ ମିଳିଛି ।
ତେବେ ବିଜେପିର ବିପୁଳ ବିଜୟକୁ ନେଇ ସେ ଇଭିଏମ ଉପରେ ଦୋଷ ଲଦିଛନ୍ତି । ସେ କହିଛନ୍ତି ଫଳାଫଳ ପରେ ଇଭିଏମ ଉପରେ ଦେଶର ଭରଷା ତୁଟି ଯାଇଛି । ଅନ୍ୟପଟେ ବିଜେପିକୁ ସମାଷଳାଚନା କରିବାକୁ ମଧ୍ୟ ପଛାଇ ନାହାନ୍ତି । ଦକ୍ଷିଣ ଭାରତରେ ବିଜେପି ଖରାପ ପ୍ରଦର୍ଶନ ନେଇ ସେ ବିଜେପିକୁ ପ୍ରଶ୍ନ କରିଛନ୍ତି । ସେହିଭଳି କଂଗ୍ରେସ ରାଏବରେଲି ବ୍ୟତୀତ ଆଉ କେଉଁ ଆସନରେ ଖାତା ଖୋଲି ପାରିନାହିଁ ।