ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏନସିପି ସହ ପ୍ରଧାନମନ୍ତ୍ରୀ ମୋଦି ମିଶି ଏକାଠି କାମ କରିବାକୁ ଚାହୁଁଥିଲେ, ମାତ୍ର ତାଙ୍କର ଏହି ପ୍ରସ୍ତାବକୁ ଏଡାଇ ଦିଆଯାଇଥିଲା ବୋଲି ଏନସିପି ପ୍ରମୁଖ ଶରଦ ପୱର ଦାବି କରିଛନ୍ତି । ଏକ ଗଣମାଧ୍ୟମକୁ ସାକ୍ଷତ କରି ପୱର ଏହି ବୟାନ ଦେଇଛନ୍ତି ।
ପୱର କହିଛନ୍ତି, ଏକାଠି ମିଶି କାମ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ମୋତେ ପ୍ରସ୍ତାବ ଦେଇଥିଲେ । ମୁଁ ତାଙ୍କୁ କହିଲି କି ଆମ ଭିତରେ ଭଲ ସମ୍ପର୍କ ଅଛି ଆଉ ସର୍ବଦା ରହିବ, କିନ୍ତୁ ମୋ ପାଇଁ ଏକାଠି ମିଶି କାମ କରିବା ସମ୍ଭବ ନୁହେଁ ।
ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଚାଲିଥିବା ମହାନାଟକ ମଧ୍ୟରେ ମୋଦିଙ୍କୁ ଭେଟି ଥିଲେ ପୱର । ଏହାସହିତ ଅନେକ ଅବସରରେ ପୱରଙ୍କ ପ୍ରଶଂସା କରିଛନ୍ତି ମୋଦି । ଗତ କିଛି ଦିନ ତଳେ ମୋଦି କହିଥିଲେ କି , ସଂସଦର ନିୟମ କିପରି ପାଳନ କରାଯାଏ ଏନେଇ ସମସ୍ତେ ଏନସିପି ଠାରୁ ଶିଖିବା ଉଚିତ୍ ।