କୋଲକାତା (ଏଟିଆର ବ୍ୟୁରୋ); ୨୦୧୯ ନିର୍ବାଚନରେ କେନ୍ଦ୍ରରେ ବିଜେପି ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ଏକାଠି ହୋଇଛନ୍ତି ବହୁ ଆଞ୍ଚଳିକ ଦଳ । କୋଲକାତାରେ ଆୟୋଜିତ ହୋଇଥିବା ଏକ ସମ୍ମିଳନୀରେ ୨୦ଟି ଆଞ୍ଚଳିକ ଦଳର ତୁଙ୍ଗ ନେତା ମିଶି ୟୂନାଇଟେଡ ମହାରାଲି କରିଛନ୍ତି । ଯାହାର ମଙ୍ଗ ସମ୍ଭାଳିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତେବେ ଏଥିରେ ଯୋଗ ଦେଇଛନ୍ତି ଜେଡିଏସ୍ର ଏଚ୍ଡି ଦେବେ ଗୌଡ଼ା ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ,ଏନ୍ସିପିରୁ ଶରଦ ପାୱାର, ଏସ୍ପିରୁ ଅଖିଳେଶ ଯାଦବ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଏନ୍ସିରୁ ଫାରକୁ ଅବଦ୍ଦୁଲା ଓ ଓମାର ଅବଦ୍ଦୁଲା ଓ ଆରଜେଡିରୁ ତେଜସ୍ୱୀ ଯାଦବ ପ୍ରମୂଖ ।
ସେହିପରି ଅରୁଣ ସୌରୀ, ଯଶୱନ୍ତ ସିହ୍ନା ଓ ଶତ୍ରୁଘ୍ନ ସିହ୍ନା ମଧ୍ୟ ଏହି ରାଲିରେ ଯୋଗଦେଇଛନ୍ତି । କଂଗ୍ରେସରୁ ମଲିକାର୍ଜୁନ ଖଡ୍ଗେ ଓ ବିଏସ୍ପିରୁ ସତୀଶ ଚନ୍ଦ୍ର ମିଶ୍ର ସାମିଲ ଅଛନ୍ତି । ରାଲି ପୂର୍ବରୁ ଫାରୁକ ଅବଦୁଲା କହିଛନ୍ତି, ବିଜେପି ବିରୋଧରେ ଆମେ ସମସ୍ତେ ଏକାଠି ଅଛୁ । ଯେଉଁମାନେ ଏହି ରାଲିକୁ ଆସିନାହାନ୍ତି, ସେମାନେ ମଧ୍ୟ ଆମ ସହ ସାମିଲ ଥିବା କହିଛନ୍ତି ଫାରୁକ ଅବଦୁଲା । ବିଜେପି ବିରୋଧୀ ରାଲିରେ ବିଜେଡି ଓ ଟିଆରଏସ୍ ସାମିଲ ହୋଇନାହାନ୍ତି ।