ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚୀନ ପୁଣି ଥରେ ତାର ଅସଲ ରୂପ ଦେଖାଇଛି । ନିଜର ଭିଟୋ ପାୱାର ବ୍ୟବହାର କରି ସେ ଜୈଶ ପ୍ରମୁଖ ମସୁଦ ଅଜହରକୁ ବିଶ୍ୱସ୍ତରୀୟ ଆତଙ୍କି ଘୋଷିତ ହେବାରୁ ରକ୍ଷା କରିଛି । ଚୀନ୍ ର ଏହି ବଡ ପଦକ୍ଷେପ ପାଇଁ ଭାରତରେ ଏନେଇ ରାଜନୀତି ଜୋର ଧରିଛି । କଂଗ୍ରେସ ସମେତ ସମସ୍ତ ବିପକ୍ଷ ଦଳ ପକ୍ଷରୁ ମୋଦି ସରକାରଙ୍କ ବିଶ୍ୱସ୍ତରୀୟ ନୀତି ଉପରେ ପ୍ରଶ ଉଠିବା ଆରମ୍ଭ ହୋଇଯାଇଛି । ଏହି ପ୍ରସଙ୍ଗକୁ ନେଇ ରାହୁଲ ଗାନ୍ଧୀ ବି ମୋଦିଙ୍କୁ ଘେରିଥିଲେ, ଯାହାକୁ ନେଇ କେନ୍ଦ୍ରୀୟ ମନ୍ତ୍ରୀ ଅରୁଣ ଜେଟଲୀ ପାଲଟା ବାର କରିଛନ୍ତି ।
ଅରୁଣ ଜେଟଲୀ କହିଛନ୍ତି କି ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଚୀନ୍ କୁ ସିଟ୍ ଦେବାରେ ଜବାହରଲାଲ ନେହେରୁ ସମର୍ଥନ କରିଥିଲେ । ସେ ହିଁ ଏହାର ଅସଲ ଦୋଷୀ । କଶ୍ମୀର ଏବଂ ଚୀନ୍ ଉପରେ ପ୍ରକୃତ ଭୁଲ୍ ଜଣେ ବୃକ୍ତି ଦ୍ୱାରା ହିଁ କରାଯାଇଥିଲା ।
ଅରୁଣ ଜେଟଲୀ କହିଥିଲେ କି ଚୀନ୍ କୁ ସଂଯୁକ୍ତ ରାଷ୍ଟ୍ରରେ ନେବା ପାଇଁ ଆମେରିକା ପ୍ରସ୍ତୁତ ଥିଲା । କିନ୍ତୁ ସୁରକ୍ଷା ପରିଷଦରେ ସେ ଭାରତକୁ ରଖିବାକୁ ଚାହୁଁଥିଲେ । ମାତ୍ର ଚୀନ୍ ମହାନ ଦେଶ ବୋଲି କହି ଜବାହରଲାଲ ନେହେରୁ ଭାରତକୁ ସୁରକ୍ଷା ପଦ ସିଟ୍ ପ୍ରସ୍ତାବକୁ ଆଡେଇ ଦେଇଥିଲେ ।
ପ୍ରକୃତରେ ମସୁସ ଅଜହରକୁ ଆତଙ୍କି ଘୋଷିତ ହେବାରୁ ଚୀନ୍ ରକ୍ଷା କରିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଥିଲେ । ସେ କହିଥିଲେ କି ଚୀନ୍ ର ରାଷ୍ଟ୍ରପତିଙ୍କୁ ମୋଦି ଡରି ଯାଇଛନ୍ତି । ଏହାସହିତ ନରେନ୍ଦ୍ର ମୋଦି ଏକ ଦୁର୍ବଳ ପ୍ରଧାନମନ୍ତ୍ରୀ , ଯିଏ ଚୀନ୍ ର ରାଷ୍ଟ୍ରପତି ଜିନପିଙ୍ଗଙ୍କ ଆଗରେ ମୁଣ୍ଡ ନୁଆଁଇଛନ୍ତି ।