ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ସରକାର ଦ୍ୱାରା ଜାରି କରାଯାଇଥିବା ଦେଶର ନୂତନ ରାଜନୈତିକ ମାନଚିତ୍ରକୁ ନେଇ ନେପାଳ ଆପତ୍ତି କରିଛି । ବୁଧବାର ନେପାଳ ସରକାର ପକ୍ଷରୁ କୁହାଯାଇଛି କି ଦେଶରେ ସୁଦୂର ପଶ୍ଚିମାଞ୍ଚଳ ସ୍ଥିତ କାଳାପାନି ନେପାଳ ସୀମାରେ ରହିଛି ।
ଖବରମୁତାବକ, ଭାରତ ପକ୍ଷରୁ ଗତ ଶନିବାର ଦିନ ନୂତନ ରାଜନୈତିକ ମାନଚିତ୍ର ଜାରି କରାଯାଇଥିଲା । ଯେଉଁଥିରେ ନବଗଠିତ ଜାମ୍ମୁ-କାଶ୍ମୀର ଏବଂ ଲଦାଖ କେନ୍ଦ୍ର ଶାସିତ ପ୍ରଦେଶକୁ ସେମାନଙ୍କ ସୀମା ସହିତ ଦର୍ଶା ଯାଇଛି । ମାନଚିତ୍ରରେ ପାକିସ୍ତାନ କବଳରେ ଥିବା କାଶ୍ମୀରକୁ ନବଗଠିତ ଜାମ୍ମୁ-କାଶ୍ମୀର କେନ୍ଦ୍ର ଶାସିତ ପ୍ରଦେଶର ଅଂଶ ଭାବେ ଦର୍ଶା ଯାଇଥିବା ବେଳେ ଗିଲାଗିତ ବାଲ୍ଟିସ୍ତାନକୁ ଲଦାଖର ଅଂଶ ଭାବେ ଦର୍ଶାଯାଇଛି ।
ଏନେଇ ନେପାଳ ସରକାର କହିଛନ୍ତି କି, ଭାରତର ନୂତନ ମାନଚିତ୍ରରେ କାଳାପାନିକୁ ଦର୍ଶାଯିବାର ସୂଚନା ଆମକୁ ଗଣମାଧ୍ୟମ ଦ୍ୱାରା ମିଳିଛି । ନେପାଳର ବିଦେଶ ମନ୍ତ୍ରାଳୟ କହିଛନ୍ତି ଯେ, ନେପାଳ ସରକାର ସ୍ପଷ୍ଟ କି କଳାପାନି ଅଞ୍ଚଳ ତାଙ୍କ ସୀମାରେ ଆସୁଛି ।
ମନ୍ତ୍ରାଳୟର ବୟାନ ମୁତାବକ, ବିଦେଶ ସଚିବ ସ୍ତରର ସଂଯୁକ୍ତ ବୈଠକରେ ଭାରତ ଏବଂ ନେପାଳ ର ସୀମା ସମ୍ବନ୍ଧୀୟ ପ୍ରସଙ୍ଗକୁ ସମ୍ବନ୍ଧିତ ବିଶେଷଜ୍ଞଙ୍କ ସହାୟତାରେ ସମାଧାନ କରିବାର ଦାୟିତ୍ୱ ଦୁଇ ଦେଶର ବିଦେଶ ସଚିବଙ୍କୁ ଦିଆଯାଇଛି । ଦୁଇ ଦେଶ ମଧ୍ୟରେ ସୀମା ସମ୍ବନ୍ଧିତ ସମସ୍ତ ପ୍ରସଙ୍ଗକୁ ସମାଧାନ କରିବାର ଆବଶ୍ୟକତା ରହିଛି । ନେପାଳ ସରକାର ତାର ଅନ୍ତରାଷ୍ଟ୍ରୀୟ ସୀମାର ରକ୍ଷା କରିବାକୁ ନେଇ ପ୍ରତିବଦ୍ଧ । ଦୁଇ ଦେଶକୁ କୂଟନୀତି ମାଧ୍ୟରେ ଐତିହାସିକ ଦସ୍ତାବିଜ୍ ଏବଂ ପ୍ରମାଣ ଆଧାରରେ ସମ୍ବନ୍ଧିତ ବିବାଦକୁ ସମାଧାନର ଆବଶ୍ୟକ ।
ଗଣମାଧ୍ୟମରୁ ଜାଣିବାକୁ ମିଳିଛି କି କାଳାପାନି ନେପାଳର ଧାରଚୂଲା ଅଞ୍ଚଳର ଅଂଶ । ମାତ୍ର ଭାରତ ମାନଚିତ୍ରରେ ଏହାକୁ ଉତ୍ତରାଖଣ୍ଡର ପିଥୌରାଗଢ ଜିଲ୍ଲାର ଅଂଶ ଦର୍ଶାଯାଇଛି ।