ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାଜନୀତିରେ ଏଣ୍ଟ୍ରି କରିବା ପରେ ଲୋକସଭା ନିର୍ବାଚନ ୨୦୧୯କୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶରେ ଜୋର ସୋର ପ୍ରଚାର କରିବାରେ ଲାଗିପଡିଛନ୍ତି ପ୍ରିୟଙ୍କା ଗାନ୍ଧୀ । ଏବେ ପ୍ର୍ରିୟଙ୍କାଙ୍କୁ ନେଇ ଆଉ ଖବର ସାମ୍ନାକୁ ଆସିଛି । ପ୍ରକୃତରେ ଜାତୀୟ ପତାକା ତ୍ରିରଙ୍ଗାକୁ ଅପମାନ କରିବାକୁ ନେଇ କଂଗ୍ରେସ ସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ବୁଧବାର ଦିଲ୍ଲୀ ବବାନା ଥାନାରେ ଅଭିଯୋଗ ହୋଇଛି । ପ୍ରିୟଙ୍କା ଗାନ୍ଧୀ ବନାରସ ଗଙ୍ଗା ଯାତ୍ରା ଅବସରରେ ତ୍ରିରଙ୍ଗାକୁ ଅପମାନ କରିଛନ୍ତି ବୋଲି ଅଭିଯୋଗ ହୋଇଛି । ଅଭିଯୋଗକର୍ତ୍ତା ପ୍ରବେଶ ଡବାସ ପେଶାରେ ଜଣେ ଓକିଲ ଏବଂ ସେ ପ୍ରିୟଙ୍କାଙ୍କ ନାଁରେ ଥାନାରେ ଏହି ମାମଲାରେ ଅଭିଯୋଗ ଆଣିଛନ୍ତି ।
ପ୍ରବେଶ ଅଭିଯୋଗ କରିଛନ୍ତି କି ପ୍ରିୟଙ୍କା ଗାନ୍ଧୀ ଗଙ୍ଗା ଯାତ୍ରା ସମୟରେ ୩ ଦିନ ଯାଏଁ ପ୍ରୟାଗରାଜ ଠାରୁ ନେଇ ସଂଗମ ପର୍ଯ୍ୟନ୍ତ ତ୍ରିରଙ୍ଗାର ଅପମାନ କରାଯାଇଛିି ।
ସେ କହିଛନ୍ତି କି ଗଙ୍ଗା ଯାତ୍ରା ସମୟରେ ପ୍ରିୟଙ୍କାଙ୍କ ନୌକାର ଚାରିପଟେ ତ୍ରିରଙ୍ଗାରେ ସଜା ଯାଇଥିଲା । କେବଳ ଏତିକି ନୁହେଁ ଗଙ୍ଗା ନଦୀ କୂଳ ବ୍ୟାରିକେଟ୍ ରେ ବି ତ୍ରିରଙ୍ଗା ବ୍ୟବହାର କରାଯାଇଥିଲା । ସବୁଠୁ ବଡ କଥା ତ୍ରିରଙ୍ଗା ମାଟି ସହିତ ପାଣିରେ ବି ପଡିଥିଲା । ଏହା ସମ୍ପୂର୍ଣ୍ଣ ଜାତୀୟ ପତାକାର ଅପମାନ । ଏହା ରାଷ୍ଟ୍ରୀୟ ସମ୍ମାନକୁ ଅପମାନ କରିବାର ମାମଲା । ଏହି ମାମଲାରେ ପ୍ରିୟଙ୍କାଙ୍କ ପିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍ ।