ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଚୀନ ଓ ଭାତର ମଧ୍ୟରେ ଲାଗି ରହିଛି ସୀମା ବିବାଦ । ଏହା ମଧ୍ୟରେ ଏକ ସପ୍ତାହ ହେବ ଏହା ଅଧିକ ତେଜିବାରେ ଲାଗିଛି । ଚୀନ ସୈନଙ୍କର କାରନାମା ମଧ୍ୟ ଆବଦ୍ଧ କରାଯାଇଥିଲା । ଏହାକୁ ନେଇ ଆରତୀୟ ସେନା ଦୃଢ ଭାବେ ମୁକାବିଲା କରିଥିଲେ । ତେଣୁ ପୂର୍ବ ଲଦ୍ଦାଖରେ ଚୀନ ସହିତ ସୀମା ବିବାଦକୁ ନେଇ ଉତ୍ତେଜନା ବଢ଼ିଥିବା ବେଳେ ରାଫେଲ ଲଢୁଆ ବିମାନ ପ୍ରଥମ ଦଫାରେ ଗୁରୁବାର ଅମ୍ବାଲା ଏୟାରବେସରେ ଔପଚାରିକ ଭାବେ ଭାରତୀୟ ବାୟୁସେନାରେ ସାମିଲ ହେବ । ଏହି ଅବସରରେ ଆୟୋଜିତ କାର୍ୟ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଫ୍ରାନ୍ସର ତାଙ୍କର ସମକକ୍ଷ, ପ୍ରମୁଖ ପ୍ରତିରକ୍ଷା ଅଧ୍ୟକ୍ଷ (ସିଡିଏସ) ଜେନେରାଲ ବିପିନ ରାୱତ, ବାୟୁସେନା ପ୍ରମୁଖ ଆର.କେ ଭଦୋରିଆ ଓ ପ୍ରତିରକ୍ଷା ସଚିବ ଅଜୟ କୁମାର ଶିରକତ ଉପସ୍ଥିତ ରହିବେ । ବାୟୁସେନାର ଜଣେ ମୁଖପାତ୍ର କହିଛନ୍ତି, ଏହି କାର୍ୟ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟକ୍ରମ ଅଟେ । କାର୍ୟ୍ୟକ୍ରମ ସମୟରେ ରାଫେଲ ବିମାନର ଔପଚାରିକ ଶୁଭାରମ୍ଭ କରାଯିବ । ପାରମ୍ପାରିକ ଭାବେ ସର୍ବଧର୍ମ ପୂଜା ମଧ୍ୟ କରାଯିବ ଏବଂ ରାଫେଲ ଓ ତେଜସ ବିମାନକୁ ଆକାଶରେ ପ୍ରଦର୍ଶନ କରାଯିବ । ଏହି ଏତ୍ୟାଧୁନିକ ଫାଇଟର ଜେଟ୍ ବାୟୁସେନାର ଶକ୍ତି ଓ ପରାକ୍ରମକୁ ପ୍ରଦର୍ଶିତ କରିବା ସହିତ ଏହାକୁ ବହୁଗୁଣିତ କରିବ ।
ରାଫେଲକୁ ବାୟୁସେନାରେ ସାମିଲ କରାଯିବା ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଟୁଇଟ କରିଛନ୍ତି ଯେ, ଗୁରୁବାର ୧୧ଟାରେ ଅମ୍ବାଲା ଏୟାରଫୋର୍ସ ଷ୍ଟେସନରେ ଏୟାରକ୍ରାଫ୍ଟକୁ ଔପଚାରିକ ଭାବେ ଭାରତୀୟ ବାୟୁସେନାରେ ସାମିଲ କରାଯିବ । ଏୟାରକ୍ରାଫ୍ଟ ୧୭ତମ ସ୍କ୍ୱାର୍ଡନର ଅଂଶବିଶେଷ ଅଟେ । ୨ ଦଶନ୍ଧିରେ ଭାରତର ସବୁଠାରୁ ବଡ଼ ଲଢୁଆ ବିମାନ ରାଫେଲ ବୋଲି ସେ କହିଥିଲେ । ରାଫେଲ ବିମାନର ନିର୍ମାଣ ଫ୍ରାନ୍ସର କଂପାନୀ ଦସାଲ୍ଟ ଆଭିଏଶନ କରିଛି । ସୂଚନା ଅନୁସାରେ ପ୍ରଥମ ଦଫାରେ ଗତ ଜୁଲାଇ ୨୯ରେ ଫ୍ରାନ୍ସରୁ ୫ଟି ରାଫେଲ ଲଢୁଆ ବିମାନ ଆସିଥିଲା । ଭାରତ ପାଖାପାଖି ୪ ବର୍ଷ ପୂର୍ବରୁ ଫ୍ରାନ୍ସଠାରୁ ୫୯ ହଜାର କୋଟିରେ ୩୬ଟି ରାଫେଲ ବିମାନ କିଣିବାକୁ ବୁଝାମଣା କରିଥିଲା । ତେଣୁ ଆଜି ଏହି ଲଢୁଆ ବିମାନ ବାୟୁସେନାରେ ସାମିଲ ହେବ ଓ ସେନା ଶକ୍ତି ମଧ୍ୟ ବଢାଇବ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024