ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଣି ଚର୍ଚ୍ଚାରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତୀନ ଗଡକରୀ । ତାଙ୍କ ଅଞ୍ଚଳରେ ଜାତିବାଦ ପାଇଁ କୌଣସି ସ୍ଥାନ ନାହିଁ, କାରଣ ଜାତିବାଦ ବିଷୟରେ କଥା ଉଠାଇବା ଲୋକଙ୍କୁ ବାଡେଇବେ ବୋଲି ଗଡକରୀ ଚେତାବନୀ ଦେଇଛନ୍ତି । ପିମ୍ପଡି ଚିଞ୍ଚୱାଡରେ ଗୁରୁକୂଳମ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେପି ବରିଷ୍ଠ ନେତା କହିଛନ୍ତି କି ଆଥଇର୍କ ଏବଂ ସମାନତା ଅଧାରରେ ସମାଜକୁ ସାଥୀରେ ନେଇ ଚାଲିବା ଉଚିତ୍ ଏବଂ ସେଥିରେ ଜାତିବାଦ ଓ ସାମ୍ପ୍ରଦାୟିକତାର କୌଣସି ସ୍ଥାନ ରହିବ ନାହିଁ ।
ଗଡକରୀ କହିଛନ୍ତି କି, ‘ଆମେ ଜାତିବାଦରେ ବିଶ୍ୱାସ କରୁ ନାହୁଁ । ଆପଣଙ୍କ ଏଠଶରେ କ’ ମୁଁ ଜାଣିନି କିନ୍ତୁ ଆମ ୫ଟି ଜିଲ୍ଲାରେ ଜାତିବାଦର କୌଣସି ସ୍ଥାନ ନାହିଁ, କାରଣ ମୁଁ ସମସ୍ତଙ୍କୁ ଚେତାବନୀ ଦେଇଛି । ଯଦି କେହି ଜାତିବାଦର କଥା ଉଠାନ୍ତି ତେବେ ମୁଁ ତାଙ୍କୁ ବାଡେଇବି ।’
ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ନେତାମାନଙ୍କୁ ବାଡେଇବା ବୟାନ ଦେଇ ଚର୍ଚ୍ଚାରେ ରହିଥିଲେ । ଗତ ମାସରେ ସେ ନାଗପୁରର ଏକ କାର୍ଯ୍ୟକ୍ରମ ଜରିଆରେ କହିଥିଲେ କି, ଜନତାଙ୍କୁ ସେତିକି ପ୍ରତିଜ୍ଞା କର ଯେତିକି ପୂରଣ କରି ପାରିବ । ଅଧିକ ଲୋଭ ଦେଖାଉଥିବା ନେତାମାନେ ହୁଏତ ଜନତାଙ୍କ ପସନ୍ଦ ହୋଇପାରନ୍ତି, କିନ୍ତୁ ଯେତେବେଳେ ପ୍ରତିଜ୍ଞା ପୂରଣ ନ ହୋଇପାରେ ଲୋକମାନଙ୍କ ଦ୍ୱାରା ମାଡ ମଧ୍ୟ ଖାଇଥାନ୍ତି । ଏହାସହିତ ସେ ଯେତିକି କାମ କରିପାରିବେ ସେତିକି ପ୍ରତିଜ୍ଞା କରନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ନିଜ ଆଡକୁ ଟିପ୍ପଣୀ କରି କହିଥିଲେ ।
ନିକଟରେ ଗଡକରୀଙ୍କ ବୟାନ କୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ସେ ମୋଦି ସରକାରଙ୍କ ଏଭଳି ଜଣେ ନେତା ଯାହାଙ୍କର କାମ ବହୁତ୍ ଭଲ । ସଡକ ପରିବହନ କାମ ସମ୍ଭାଳିବା ପରେ ବି ତାଙ୍କ ବୟାନ ପାଇଁ ଆଜି ଦେଶରେ ଦୃତ ଗତିରେ ରାସ୍ତା ନିର୍ମାଣ ହେଉଛି ।