ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିହାର ବିସଧାନସଭା ନିର୍ବାଚନରେ ବାଜି ମାରିଛି ଏନଡିଏ । ୧୨୫ ଟି ସିଟ୍ ରେ ବିଜୟ ହାସଲ କରିଛି ଏନଡିଏ ସଂଗଠନ । ଏବେ ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ ନୀତିଶ କୁମାର ।
ବିହାରର ୩୭ତମ ମୁଖ୍ୟମନ୍ତ୍ରୀ ରୂପେ ଶପଥଚ ଗ୍ରହଣ କରିବେ ନୀତିଶ । ପୂର୍ବରୁ ବିଜେପି ସ୍ପଷ୍ଟ କରିଥିଲା କି ଜେଡିୟୁ ର କମ ସିଟ୍ ଆସିବ ଏହାପରେ ବି ତାଙ୍କ ନେତା ହେବେ ନୀତିଶ ।
ତେବେ ଆସନ୍ତୁ ଜାଣିବା ଏହାପୁର୍ବର ନୀତିଶ କେଉଁ କେଉଁ ସମୟରେ ମୁଖ୍ୟମନ୍ତ୍ରୀ ହୋଇଥିଲେ..
ବିହାର ରାଜନୀତିରେ ଏକ ଭିନ୍ନ ଛାପ ସୃଷ୍ଟି କରିଛନ୍ତି ନୀତିଶ । ଏଥର ସେ ସପ୍ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।
– ସର୍ବପ୍ରଥମେ ନୀତିଶ ୨୦୦୦ ମସିହା ମାର୍ଚ୍ଚ ୩ ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । କିନ୍ତୁ ବହୁମତ ନହେବା ଯୋଗୁଁ ସାତ ଦିନ ପରେ ତାଙ୍କ ସରକାର ଭାଙ୍ଗିଯାଇଥଇଲା ।
– ଏହାପରେ ୨୦୦୫ ମସିହା ନଭେମ୍ବର ୨୪ ରେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇଥିଲେ ନୀତିଶ ।
– ପୁଣି ୨୦୧୦ ମସିହା ନଭେମ୍ବର ୨୬ ରେ ତୃତୀୟ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ।
– ୨୦୧୫ ମସିହା ଫେବୃଆରୀ ୨୨ ରେ ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ ଭାର ସମ୍ଭାଲିଥିଲେ ନୀତିଶ ।
– ଆରଜେଡି ସହିତ ଗଠବନ୍ଧନ ରେ ୨୦୧୫ ମ୫ସିହାରେ ନଭେମ୍ବର ୨୦ ରେ ପଞ୍ଚମ ମୁଖ୍ୟମନ୍ତ୍ରୀ ହୋଇଥିଲେ ।
– ଆରଜେଡି ସହିତ ମେଣ୍ଟ ଭାଙ୍ଗିବା ପରେ ବିଜେପି ସହିତ ଗଠବନ୍ଧନ କରିବା ପରେ ୨୦୧୭ ମସିହା ଜୁଲାଇ ୨୭ ରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ।