ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସଂସଦର ଶୀଳକାଳୀନ ଅଧିବେଶନର ତୃତୀୟ ଦିନରେ ରାଷ୍ଟ୍ରୀୟ ନାଗରିକ ପଞ୍ଜିକରଣକୁ ବୟାନ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହା । ରାଜ୍ୟସଭାରେ ଜାମ୍ମୁ-କାଶ୍ମୀର ସ୍ଥିତିକୁ ନେଇ ସାଂସଦଙ୍କ ପ୍ରଶ୍ନ ଜବାବ ଦେଇ ଗୃହମନ୍ତ୍ରୀ କହିଛନ୍ତି କି, ଏକ ଜାମ୍ମୁ-କାଶ୍ମୀରର ସ୍ଥିତି ସାମାନ୍ୟ ରହିଛି । ଏବେ ଦେଶବ୍ୟାପି ଏନଆରସି ଲାଗୁ କରାଯିବ । ଏଥିପାଇଁ କାହାରିକୁ ଡରିବା ଆବଶ୍ୟକ ନାହିଁ ।
ସେ ଆହୁରୀ ମଧ୍ୟ କହିଛନ୍ତି ଧର୍ମ ଆଧାରରେ କାହାରିକୁ ଡରିବାର ଆବଶ୍ୟକତା ନାହିଁ । ଏନଆରସି ଅନୁଯାୟୀ ନାଗରିକତା ଚିହ୍ନିବା ସୁନିଶ୍ଚିତ କରାଯିବ ଏବଂ ଏହା ସାରା ଦେଶରେ ଲାଗୁ କରାଯିବ । ଏହା ଏକ ପ୍ରକ୍ରିୟ ଯାହା ଦ୍ୱାରା ସମସ୍ତ ନାଗରିକ ଏନଆରସି ତାଲିକାରେ ସାମିଲ ହୋଇପାରିବେ । ଏନଆରସିରେ ଧର୍ମ ବିଶେଷ ଆଧାରରେ କୌଣସି ମତ ଭେଦ ରହିବ ନାହିଁ । ଏଥିରେ ବିଭିନ୍ନ ଧର୍ମର ଲୋକ ସାମିଲ ହୋଇପାରିବେ । ଏନଆରସି ଏକ ଭିନ୍ନ ପ୍ରକ୍ରିୟା ଏବଂ ନାଗରିକତା ସଂଶୋଧନ ବିଧେୟକ ଏକ ଭିନ୍ନ ପ୍ରକ୍ରିୟା । ଏହି ଦୁଇ ପ୍ରକ୍ରିୟାକୁ ଏକାସଙ୍ଗରେ ରଖାଯିବ ନାହିଁ । ହିନ୍ଦୁ , ବୁଦ୍ଧ, ଜୈନ, ଶିଖ୍, ପାର୍ସି ଖ୍ରୀଷ୍ଟିଆନ୍ ଆଦି ବିଭିନ୍ନ ଧର୍ମର ଶରଣାର୍ଥି ଯେଉଁମାନେ ବାହାରୁ ଆସିଛନ୍ତି ସେମାନଙ୍କୁ ନାଗରିକତା ମିଳିବା ଉଚିତ୍ । ସେଥିପାଇଁ ସିଟିଜନସିପ୍ ଆମେଂଡମେଂଟ ବିଲ ଆଣି ହିନ୍ଦୁ, ଶିଖ,ବୌଦ୍ଧ, ଜୈନ, ପାର୍ସି, ଖ୍ରୀଷ୍ଟିଆନ୍ ଧର୍ମର ଶରଣାର୍ଥି ଯେଉଁମାନଙ୍କୁ ଧାର୍ମିକ ପ୍ରତାଡନା ଯୋଗୁଁ ବାଂଲାଦେଶ, ପାକିସ୍ତାନ ଏବଂ ଆଫଗାନିସ୍ତାନରୁ ଆସିଛନ୍ତି ସେମାନଙ୍କୁ ଏହି ବିଲ୍ ର୍ଅନୁଯାୟୀ ନାଗରିକତା ଦିଆଯିବ । ସିଟିଜନସିପ୍ ଆମେଂଡମେଂଟ ବିଲ ଫେରାଇ ନିଆଯିବ । ଏହି ବିଲ୍ ର ଏନଆରସି ସହିତ କୌଣସି ସମ୍ବନ୍ଧ ନାହିଁ ।
ରାଜ୍ୟସଭାରେ ଏନଆରସି ଉପରେ ଚର୍ଚ୍ଚା କରିବା ସମୟରେ ରାଷ୍ଟ୍ରୀୟ ନାଗରିକ ରେଗିଷ୍ଟର ଏବଂ ସିଟିଜନ୍ସିପ୍ ଆମେଂଡମେଂଟ ବିଲ ମଧ୍ୟରେ ଥିବା ଅନ୍ତରକୁ ସ୍ପଷ୍ଟ କରିଛନ୍ତି ଗୃହମନ୍ତ୍ରୀ ।