ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଫ୍ରାନ୍ସ ତାର ୩୬ ରାଫେଲ ସମେତ ଅନ୍ୟ ଉପକରଣ ଭାରତକୁ ବିକ୍ରି କରିବାକୁ ଚାହୁଁଛି । ଏଥିରେ ନୌସେନା ପାଇଁ ହେଲିକପ୍ଟର ଏବଂ କୋଷ୍ଟ ଗାର୍ଡଙ୍କ ପାଇଁ ସବମରିନ ବି ସାମିଲ ଅଛି । ଆଜି ଦିଲ୍ଲୀରେ ଫ୍ରାନ୍ସର ରାଷ୍ଟ୍ରପତି ଇମ୍ୟାନୁଏଲ ମ୍ୟାକ୍ରୋଙ୍କ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦତ୍ତା (ଏନଏସଏ) ଇମ୍ୟାନୁଏଲ ବୋନ ଭାରତର ଏନଏସଏ ଅଜିତ୍ ଡୋଭାଲଙ୍କ ସହ ସାକ୍ଷାତ କରିବେ । ଏହି ବୈଠକରେ ରାଫେଲ ସମେତ ଅନ୍ୟ ଉପକରଣ ବିଷୟରେ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଛି ।
ନିକଟରେ ଜି୭ ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସର ରାଷ୍ଟ୍ରପତି ଙ୍କ ସହିତ ଭେଟିବା ପରେ ଏନଏସଏ ସ୍ତରର ଏହି ବୈଠକ ଆୟୋଜିତ ହୋଇଛି । ମୋଦି ଏବଂ ଇମ୍ୟାନୁଏଲ ପ୍ରଥମେ ପ୍ୟାରିସ ଏବଂ ପୁଣି ବିୟାରିଜ୍ୟ ରେ ଦ୍ୱିପାକ୍ଷୀୟ ପସଙ୍ଗକୁ ନେଇ ଚର୍ଚ୍ଚା କରିଥିଲେ । ସେପଟେ ଭାରତର ରକ୍ଷାମନ୍ତ୍ରୀ ରାଜନାଥ ସିଂହ ସେପ୍ଟମ୍ବର ମାସରେ ଫ୍ରାନ୍ସ ଅଭିମୁଖେ ଯାତ୍ରା କରିପାରନ୍ତି । ସେହିପରି ସେପ୍ଟମ୍ବର ମାସ ତୃତୀୟ ସପ୍ତାହରେ ଭାରତକୁ ରାଫେଲ ଆସିବ ଯିବ ବୋଲି କୁହାଯାଉଛି । ଏହାପରେ ଭାରତୀୟ ବାୟୁସେନାର ପାଇଲଟଙ୍କୁ କିଛି ମାସ ଯାଏଁ ଫ୍ରାନ୍ସରେ ରାଫେଲ ଉଡାଣ ପ୍ରଶିକ୍ଷଣ ଦିଆଯିବ । ରାଫେଲର ପ୍ରଥମ ବ୍ୟାଚରେ ୩୬ ଯୁଦ୍ଧ ବିମାନ ରହିଛି ।