ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକସଭା ନିର୍ବାଚନ ୨୦୧୯ ରେ ମତଦାନର ପ୍ରତିଶତ ବଡାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅପିଲ କରିଛନ୍ତି । ପ୍ରଧାନମନ୍ତ୍ରୀ ଏକ ବ୍ଲଗ୍ ଲେଖି ପ୍ରଭାବଶାଳୀ ବ୍ୟକ୍ତି,ରାଜନୀତି, ଉଦ୍ୟୋଗ, ଖେଳ ଏବଂ ଫିଲ୍ମ ଜଗତର ସମସ୍ତ ବ୍ୟକ୍ତିଙ୍କୁ ମତଦାନ କରିବାକୁ ଏବଂ ଅନ୍ୟଙ୍କୁ ଏନେଇ ପ୍ରେରିତ କରିବା ପାଇଁ ଆଗ୍ରହ୍ୟ କରିଛନ୍ତି ।
ସେ କେବଳ ତାଙ୍କ ଦଳ ଏବଂ ସହଯୋଗୀ ଦଳର ନେତାଙ୍କୁ ଏନେଇ ଅପିଲ କରିଛନ୍ତି, ତାହା ନୁହେଁ ବରଂ ସେ ରାହୁଲ ଗାନ୍ଧୀ, ମାୟାବତୀ ବାନାର୍ଜି, ଣରଦ ପାୱର, ଚନ୍ଦ୍ରବାବୁ ନାଇଡୁ ସମେତ ଅନ୍ୟ ବିରୋଧୀ ଦଳର ନେତାଙ୍କୁ ମଧ୍ୟ ମତଦନ କରିବା ପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି ।
I appeal to @RahulGandhi, @MamataOfficial, @PawarSpeaks, @Mayawati, @yadavakhilesh, @yadavtejashwi and @mkstalin to encourage increased voter participation in the upcoming Lok Sabha polls. A high turnout augurs well for our democratic fabric.
— Narendra Modi (@narendramodi) March 13, 2019
ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍ ପରେ ସମାଜବାଦୀ ପାର୍ଟିର ପ୍ରମୁଖ ଅଖିଳେଶ ଯାଦବ ଟ୍ୱିଟ୍ ରେ ଏହି ପ୍ରଧାନମନ୍ତ୍ରୀଙ୍କ ଅପିଲକୁ ଟାର୍ଗେଟ କରିଛନ୍ତି । ସେ ଲେଖିଛନ୍ତି କି ଖୁସି ଲାଗିଲା କି ପ୍ରଧାନମନ୍ତ୍ରୀ ଜୀ ବି ମହାଗଠବନ୍ଧନରୁ ମହାପରିବର୍ତ୍ତନ ପାଇଁ ଅପିଲ କରିଛନ୍ତି । ମୁଁ ବି ସମସ୍ତ ଭାରତୀୟ ନାଗରିକଙ୍କୁ ଅନୁରୋଧ କରୁଛି କି ଅଧିକରୁ ଅଧିକ ସଂଖ୍ୟାରେ ମତଦାନ କରୁନ୍ତୁ ଏବଂ ପ୍ରଧାନମନ୍ତ୍ରୀ ବାଛନ୍ତୁ ।
दिल ख़ुश हुआ कि प्रधान मंत्री जी भी #MahaGathbandhan से #MahaParivartan की अपील कर रहे हैं। मैं भी सभी भारतीय नागरिकों से अनुरोध करता हूँ कि ज़्यादा से ज़्यादा संख्या में मतदान करें और नया प्रधान मंत्री चुनें। https://t.co/8BsWOdClud
— Akhilesh Yadav (@yadavakhilesh) March 13, 2019
ପ୍ରକୃତରେ ପ୍ରଧାନମନ୍ତ୍ରୀ ବୁଧବାର ଲୋକତନ୍ତ୍ର ମହାପର୍ବର ସଫଳତା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ମତଦାନ ପାଇଁ ପଞ୍ଜିକରଣ କରିବା, ମତଦାନ ତାଲିକାରେ ନିଜ ନାଁ ଦାଖଲ କରିବା, ମତଦାନରେ ବୁଝିସୁଝି ନିର୍ଣ୍ଣୟ ନେବା ଏବଂ ମତଦାନ ପାଇଁ ଅନ୍ୟକୁ ପ୍ରେରିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତି ।