ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଝାରସୁଗୁଡା ସମେତ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଲୋକାର୍ପଣ କରିବା ଲାଗି ଆଜି ଓଡିଶା ଆସି ପହଞ୍ଚିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିର୍ଦ୍ଧାରିତ ସମୟ ଅନୁଯାୟୀ ୮.୫୫ ମିନିଟରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆସି ସେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନବନ୍ଦରଠାରେରେ ପହଁଚିଛନ୍ତି । ସେଠାରେ ରାଜ୍ୟପାଳ ଗଣେଶ ଲାଲ୍, ଧମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ନେତା ଓ ମନ୍ତ୍ରୀ ତାଙ୍କୁ ଭବ୍ୟ ସ୍ୱାଗତ୍ୟ ଜଣାଇଛନ୍ତି ।
ଶ୍ରୀ ମୋଦି ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ୧୦ଟା ବେଳେ ତାଳଚେରରେ ପହଁଚି ସାର କାରଖାନାର ଶିଳାନ୍ୟାସକରିବେ । ଏହାସହିତ ଏକ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଏହାପରେ ଶ୍ରୀ ମୋଦି ଝାରସୁଗୁଡା ବିମାନବନ୍ଦରର ଶୁଭାରମ୍ଭ କରିବେ । ଝାରସୁଗୁଡାରେ ଆରମ୍ଭ ହେବ ପ୍ରଥମ ଉଡାନ ସେବା ।
ସେହିପରି ଝାରସୁଗୁଡା ସରଡେଗା ରେଳଲାଇନ ଲୋକାର୍ପଣ କରିବେ । ଏହାସହିତ ଉନ୍ନମୂଳକ କାର୍ଯ୍ୟର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।