ମହାରାଷ୍ଟ୍ର (ଏଟିଆର ବ୍ୟୁରୋ ) ; ମୋଦି ଭଗବାନ ! ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଗବାନ ବିଷ୍ଣୁଙ୍କର ଏକାଦଶ ଅବତାର । ଏଭଳି ମନ୍ତବ୍ୟ ଦେଇଛନ୍ତି ଖୋଦ ବିଜେପିର ଜଣେ ମୁଖପାତ୍ର । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମହାରାଷ୍ଟ୍ରର ବିଜେପି ମୁଖପାତ୍ର ଅବଧୂତ ବାଘ ମୋଦିଙ୍କୁ ଭଗବାନଙ୍କ ଏଗାରତମ ଅବତାର କହି ବିବାଦରେ ପାଦ ଥାପିଛନ୍ତି ।
ସୁଚନା ଅନୁସାରେ , ଅବଦୁତ ନିଜ ଟ୍ୱିଟର ଆକାଉଣ୍ଟ ଜରିଆରେ ଟ୍ୱିଟ କରି ଏପରି କହିଛନ୍ତି । ଟ୍ୱିଟରେ ସମ୍ମନନୀୟ ପ୍ରଧାନ ମନ୍ତ୍ରୀ ମୋଦି ଭାଗବାନ ବିଷ୍ଣୁଙ୍କର ଏକାଦଶ ଅବତାର ବୋଲି ସ୍ପଷ୍ଟ ଭାବେ ଲେଖିଛନ୍ତି । ଏହାସହ ଏକ ମରାଠୀ ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି ଯେ , ଆମ ଦେଶ ଭାରତର ସୌଭାଗ୍ୟ ଯେ ଆମେ ଭଗବାନଙ୍କ ପରି ଜଣେ ନେତା ପାଇଛୁ । ଯାହାକୁ ନେଇ ବିଜେପିକୁ ଟାର୍ଗେଟ କରିଛି ବିରୋଧୀ କଂଗ୍ରେସ ।
ଏଭଳି ଟିପ୍ପଣିକୁ ନେଇ ମଜାକ କରିଛି କଂଗ୍ରେସ । ଏଭଳି ମନ୍ତବ୍ୟ ଭଗବାନଙ୍କ ପ୍ରତି ଅସମ୍ମାନ ବୋଲି କଂଗ୍ରେସ କହିଛି । ଏହାସହ ଏହି ମନ୍ତବ୍ୟକୁ ଏତେଟା ଗୁରୁତ୍ୱ ଦେବାର ଆବଶ୍ୟକତା ନାହିଁ ଓ ଏହା ଭରତୀୟ ଜନତା ପାର୍ଟି ପାଇଁ ସଂସ୍କୃତିର ନିମ୍ନତମ ଝଲକ ବୋଲି କଂଗ୍ରେସ କହିଛି । ସେପଟେ ଏହି ବୟାନକୁ ନେଇ ରାଜନୀତି ଜୋର ଧରିଛି ।