ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମିଶନ ୨୦୧୯ ପାଇଁ ଖୁବ୍ ଜୋର ସୋର ରେ ଲାଗି ପଡିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଗୁରୁବାର ମେରଠ ଠାରୁ ସେ ତାଙ୍କର ପ୍ରଥମ ନିର୍ବଚନୀ ବାଜା ବଜାଇବେ । ଏହାସହିତ ଅଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଜନତାଙ୍କ ସମର୍ଥନ ପାଇବା ପାଇଁ ସାରା ଦେଶରେ ଯାତ୍ରାରେ କରିବେ ବୋଲି ମୋଦି ନିଜେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ପ୍ରଥମ ଦିନରେ ସେ ଉତ୍ତରପ୍ରଦେଶର ମେରଠ, ଉତ୍ତରାଖଣ୍ଡର ରୁଦ୍ରପୁର ଏବଂ ଜମ୍ମୁକଣ୍ମୀରର ଜମ୍ମୁ ରେ ଆୟୋଜିତ ଜନସଭାକୁ ସମ୍ବୋନ୍ଧତ କରିବେ । ଏହାପରେ ସେ ଦେଶର ଅଲଗା ଅଲଗା ସ୍ଥାନରେ ରାଲି କରିବେ ବୋଲି କୁହାଯାଉଛି ।
ସବୁଠୁ ମହତ୍ୱପୂର୍ଣ୍ଣ କଥା ହେଉଛି ଆଗାମୀ ମାସର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ହେବାକୁ ଥିବା ରାଲିରେ ଖୋଦ ବିଜେପିର ନଜର ରହିବ । । ରାଲିର ଭିଡକୁ ଆକଳନ କରିବା ପରେ ହିଁ ପାର୍ଟି ଆଗାମୀ ନିର୍ବାଚନୀ ରଣନୀତି ଉପରେ କାମ କରିବ ।
ରିପୋର୍ଟ ମୁତାବକ, ବର୍ଷ ୨୦୧୪ରେ ମୋଦିଙ୍କ ରାଲିରେ ଯେଉଁ ପ୍ରକାର ଭିଡ ଥିଲା । ସେଥିରୁ ସ୍ପଷ୍ଟ ଭାବେ ଜାଣିବାକୁ ମିଳିଥିଲା କି କେନ୍ଦ୍ରରେ ବିଜେପି ସରକାର ହିଁ ହେବାକୁ ଯାଉଛି । ସେହି ସମୟରେ ରାଲିରେ ଯୋଗ ଦେବା ପାଇଁ ଦଳ ପକ୍ଷରୁ ଜନସାଧାରଣଙ୍କୁ ଅଣା ଯାଉନଥିଲା । ଲୋକେ ଆପେ ଆପେ ରାଲିରେ ସାମିଲ ହେଉଥିଲେ । ଏଥିରୁ ସ୍ପଷ୍ଟ ଜଣା ପଡୁଥିଲା କି ମୋଦିଙ୍କ ପ୍ରତି ଜନସାଧାରଣଙ୍କ କେତେ କ୍ରେଜ୍ ରହିଛି । ଯଦି ଏଥରକ ବି ନିର୍ବାଚନ ରାଲିରେ ପ୍ରବଳ ମାତ୍ରାରେ ଜନସମାଗମ ନଜର ଆସେ ତେବେ ଏହା ପାର୍ଟି ପାଇଁ ମହତ୍ୱପୂର୍ଣ୍ଣ ହେବ ।