ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଥାଇଲାଣ୍ଡର ତିନି ଦିନିଆ ଗସ୍ତ ଅଭିମୁଖେ ଯାତ୍ରା କରିଛନ୍ତି । ସେ ଆଜି ହ୍ୟୁଷ୍ଟନରେ ହାଓଡି ମୋଦି କାର୍ଯ୍ୟକ୍ରମ ଭଳି ଆୟୋଜିତ କରାଯାଇଥିବା ସାମୁଦାୟିକ କାର୍ଯ୍ୟକ୍ରମ ‘ସ୍ୱାସଦୀ ପିଏମ ମୋଦି’ ରେ ଲୋକଙ୍କୁ ସମ୍ବୋନ୍ଧିତ କରିବେ । ମୋଦିଙ୍କ ଏହି ଗସ୍ତ ବାଣିଜ୍ୟ, ସାମୁଦ୍ରିକ ସୁରକ୍ଷା ଏବଂ ସମ୍ପର୍କ ଭଳି ପ୍ରମୁଖ କ୍ଷେତ୍ରରେ କ୍ଷେତ୍ରୀୟ ସହଯୋଗକୁ ମଜବୁତ କରିବ ବୋଲି କୁହାଯାଉଛି । ଏହି ଅବସରରେ ଏସିଆନ-ଭାରତ,ପୂର୍ବ ଏସିଆ ଏବଂ ଆରସିଇପି ଶିଖର ସମ୍ମିଳନୀରେ ଅଂଶ ଗ୍ରହଣ କରିବେ ମୋଦି ।
ବ୍ୟାଙ୍କକ ରେ ହେବାକୁ ଥିବା ୧୬ ଏସିଆ ଦେଶର ବୈଦେଶିକ ବୈଠକରେ ରିଜନାଲ କ୍ରମ୍ପ୍ରେହେସିଭ ଇକୋନମିକ ପାର୍ଟନରସିପ୍ ର ଘୋଷଣା କରାଯିବ । ଯାହା ଉପରେ ସାରା ଦେଶର ନଜର ରହିଛି ।
ପ୍ରକୃତରେ ନାନଥାବ୍ୟୁରୀ ରେ ହେବାକୁ ଥିବା ଏସିଆନ ସମ୍ମିଳନୀ ପୂର୍ବରୁ ସମସ୍ତଙ୍କ ନଜର ଆରସିଇପି ଉପରେ ରହିଛି । କୁହାଯାଉଛି କି ଯଦି ଏହି ବୁଝାମଣାକୁ ଅନ୍ତିମ ରୂପ ଦେବାରେ ସଫଳତା ମିଳିଛୁ ତେବେ ଦୁନିଆର ସବୁଠାରୁ ମାଗଣା ବାଣିଜ୍ୟ କ୍ଷେତ୍ର କରାଯାଇପାରିବ ।