ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜିଡିପି ଦର ହ୍ରାସକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ସେ ଏଠି ପ୍ରଶ୍ନ କରିଛନ୍ତି କି ଅର୍ଥ ବ୍ୟବସ୍ଥାକୁ ନଷ୍ଟ କରିବା ପଛରେ ଦାୟୀ କିଏ ।
ପ୍ରିୟଙ୍କା ଗାନ୍ଧୀ ଟ୍ୱିଟ୍ କରି କହିଛନ୍ତି କି, ଜିଡିପି ବିକାଶ ଦରରୁ ସ୍ପଷ୍ଟ ହେଉଛି ଯେ ଅଚ୍ଛେ ଦିନ୍ ର ନାରା ବାଜ୍ କରୁଥିବା ବିଜେପି ସରକାର ଅର୍ଥବ୍ୟବସ୍ଥାର ସ୍ଥିତିକୁ ପମ୍ପଚର କରିଦେଇଛନ୍ତି । ନା ଜିଡିପି ଗ୍ରୋଥ ନା ଟଙ୍କା ମଜବୁତ । ରୋଜଗାର ସମ୍ପୂର୍ଣ୍ଣ ଗାୟବ । ଏବେ ତ ସ୍ପଷ୍ଟ କରିଦିଅନ୍ତୁ ଅର୍ଥବ୍ୟବସ୍ଥାକୁ ନଷ୍ଟ କରିବାରେ ଏହା କାହାର କତ୍ତୃତ୍ୱ ।
ସୁଚନାଯୋଗ୍ୟ, ଏବେ ଦେଶର ବିକାଶ ଦରରେ ହ୍ରାସ ଘଟିଛି । ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଜିଡିପି ୫.୮ ପ୍ରତିଶତରୁ ହ୍ରାସ ହୋଇ ୫ ପ୍ରତିଶତ ହୋଇଯାଇଛି । ଅର୍ଥମନ୍ତ୍ରାଳୟର କେନ୍ଦ୍ରୀୟ ସାଂଖିକ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ଏନେଇ ଘୋଷଣା କରାଯାଇଛି । ମାତ୍ର ଗତ ବର୍ଷ ଏହା ୮ ପ୍ରତିଶତ ଥିଲା ।
ବିକାଶ ଦରରେ ଗତ ସାଢେ ଛଅ ବର୍ଷ ମଧ୍ୟରେ ସବୁଠାରୁ ଅଧିକ ଘାଟା ଚଳିତ ଆର୍ଥିକ ବର୍ଷର ତିନି ମାସ ମଧ୍ୟରେ ଦେଖିବାକୁ ମିଳିଛି । ଶୁକ୍ରବାର ବୈଷୟିକ ରେଟିଙ୍ଗ ଏଜେନ୍ସି ପକ୍ଷରୁ ଦେଶର ବିକାଶ ଦରର ଅନୁମାନ ତାଲିକା ଜାରି କରାଯାଇଥିଲା । ଏହାସହିତ ଆର୍ଥିକ ବର୍ଷ ୨୦୧୯ ଏବଂ ୨୦୨୦ ପାଇଁ ଜିଡିପି ଅଧିକ ମାତ୍ରାରେ ହ୍ରାସ ପାଇଛି । ଆର୍ଥିକ ବର୍ଷ ୨୦୧୯ ପାଇଁ ଜିଡିପି ଦର ୬.୮୦ ପ୍ରତିଶତରୁ ହାସ ହୋଇ ୬.୨୦ କରାଯାଇଛି । ସେହିପରି ୨୦୨୦ ପାଇଁ ଜିଡିପି ଦର ୭.୩୦ ରୁ ହାସ ହୋଇ ୬.୭ ପ୍ରତିଶତ ହୋଇଛି ।
ଏନେଇ ଏଜେନ୍ସି ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଛି କି, ବୈଷୟିକ ଅର୍ଥବ୍ୟବସ୍ଥାରେ ମାନ୍ଦ ପରିସ୍ଥିତି ଚାଲିଛି, ଯେଉଁଥିରେ ଏସିଆ ଦେଶରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏହାଦ୍ୱାରା ନିବେଶର ବାତାବରଣ ବି ପ୍ରଭାବିତ ହେଉଛି ।