ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ମାହୋଲ ପୂରା ସରଗରମ ରହିଛି । ଏହି ପରିପ୍ରେକ୍ଷୀରେ ବୁଧବାର ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ହେଲିକପ୍ଟରକୁ ଓହ୍ଲାଇବା ପାଇଁ ଛିନ୍ଦୱାଡା ଅମରେଠରେ ଅନୁମତି ନମିଳିବାରୁ ରାଜନୀତିରେ ଉଷ୍ମତା ବଢିଯାଇଛି ।
ଏହାପରେ ଶିବରାଜ ଚୌହାନ ଏକ ଜନସଭାକୁ ସମ୍ବୋନ୍ଧିତ କରି ଡିଏମକୁ ପେଟ୍ଟୁ ବୋଲି କହିଦେଇଛନ୍ତି । ଏହାସହିତତ ସେ କହିଛନ୍ତି କି ଆମ ଦିନ ବି ବହୁତ ଶୀଘ୍ର ଆସିବ, ସେତେବେଳେ ତୁମର କ’ଣ ହେବ?
ରିପୋର୍ଟ ମୁତାବକ, ଶିବରାଜ ସିଂହ ଚୌହାନଙ୍କ ହେଲିକପ୍ଟର ସନ୍ଧ୍ୟା ୫.୩୦ ସମୟରେ ଲ୍ୟାଣ୍ଡିଂ ହେବାର ଥିଲା, କିନ୍ତୁ ଅଧା ରାସ୍ତାରେ ତାଙ୍କୁ କୁହାଯାଇଥିଲା କି ହେଲିକପ୍ଟର ଲ୍ୟାଣ୍ଡିଂ କରିବାର ଅନୁମତି କେବଳ ୫ଟା ଯାଏଁ ରହିଛି । ସବୁଠୁ ବଡ କଥା ହେଉଛି ଛିନ୍ଦୱାଡାକୁ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଗଡ ବୋଲି କୁହାଯାଇଥାଏ । ଏଠାରେ ଏଥରକ ତାଙ୍କ ପୁଅ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।