ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରେ ନିବେଶ ପାଇଁ ତଥା ଆର୍ଥିକ ମାମଲାରେ ଆହୁରୀ ସୁଧାର ଆଣିବା ପାଇଁ ସରକାର ପ୍ରସ୍ତୁତ । ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତ ଏବଂ ସ୍ୱିଡେନ୍ ର ଏକ ବୈଠକରେ ଆଲୋଚନା କରିଛନ୍ତି ।
ସରକାରଙ୍କ ଦ୍ୱାରା କାରୋବାରକୁ ପ୍ରୋତ୍ସାହିତ କରିବା ପାଇଁ ନିକଟରେ କରାଯାଇଥିବା ବିଭିନ୍ନ ସୁଧାର ଏବଂ ନିର୍ଣ୍ଣୟର ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଯେଉଁଥିରେ କର୍ପୋରେଟ କମ୍ପାନୀ ଉପରେ ଇନକମ ଟ୍ୟାକ୍ସ ଦର ହ୍ରାସ କରିବାର ନିଷ୍ପତି ସାମିଲ ରହିଛି ।
ଏନେଇ ସୀତାରମଣ କହିଛନ୍ତି, ମୁଁ କେବଳ ଆପଣଙ୍କୁ ଆମନ୍ତ୍ରିତ କରିପାରିବି ଏବଂ ଆଶ୍ୱସନା ଦେଇପାରିବି । ମାତ୍ର ଭାରତ ଆଗମୀ ସମୟରେ ଅର୍ଥବ୍ୟବସ୍ଥାର ବିଭିନ୍ନ କ୍ଷେତ୍ରରେ ଆହୁରୀ ସୁଧାର ଆଣିବାରେ ପ୍ରତିବଦ୍ଧ । ଏଥିରେ ବ୍ୟାଙ୍କିଂ, ବିମା ଏବଂ ଖନନ କ୍ଷେତ୍ର ଆସିପାରେ । ଏହାବ୍ୟତିତ ଏଥିରେ ଅନ୍ୟ କ୍ଷେତ୍ର ବି ସାମିଲ ହୋଇପାରେ ।