ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କଂଗ୍ରେସରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏଣ୍ଟ୍ରି କରିବା ପରେ ରାଜନୈତିକ ମାହୋଲ ସରଗରମ ହେବା ସହ ଆକ୍ରମଣ ଆରମ୍ଭ ହୋଇଯାଇଛି । କିଏ ତାଙ୍କୁ ହୁକୁମ ରାଣୀ, ଟ୍ରମ୍ପ କାର୍ଡ କହୁଛି ତ ପୁଣି କିଏ କହୁଛନ୍ତି ଏ ବହୁତ ସୁନ୍ଦର ସୁନ୍ଦରତାକୁ ନେଇ ଭୋଟ ମିଳିବ ନାହିଁ । ଇତି ମଧ୍ୟରେ ବିଜେପିର ମହାସଚିବ ଏକ ଭିଡିଓ ଜାରି କରି ପ୍ରିୟଙ୍କାଙ୍କ ଉପରେ ଆକ୍ରମଣ କରିଥିଲେ । ଯେଉଁଥିରେ ପ୍ରିୟଙ୍କା ନିଜକୁ ବର୍ଷାର ବେଙ୍ଗ ବୋଲି କହିଛନ୍ତି ।
ସୁବ୍ରମଣ୍ୟମ ସ୍ୱାମୀ ପ୍ରିୟଙ୍କାଙ୍କ ଗାନ୍ଧୀଙ୍କ ଉପରେ ଟିପ୍ପଣୀ ଦେଇ କହିଛନ୍ତି କି , ‘ପ୍ରିୟଙ୍କାଙ୍କର ଗୋଟେ ରୋଗ ଅଛି ଯାହା ସାର୍ବଜନିକ ଜୀବନରେ ଅନୁକୁଳ ଏବଂ ଉପଯୁକ୍ତ ନୁହେଁ । ତାହାକୁ ବାଇପୋଲାରିଟି ବୋଲି କୁହାଯାଏ । ମାନେ ତାଙ୍କର ହିଂସାତ୍ମକ ଚରିତ୍ର ଦେଖିବାକୁ ମିଳେ, ସେ ଲୋକଙ୍କୁ ପିଟନ୍ତି । ଲୋକେ ଜାଣିବା ଦରକାର କି କେବେ ସେ ନିଜର ମାନସିକ ସନ୍ତୁଳନ ହରାଇ ବସିବେ, ଏହା କାହାରିକୁ ଜଣା ନାହିଁ ।’
ଏହା ପୂର୍ବରୁ ବିହାର ସରକାରରେ ବିଜେପି ମନ୍ତ୍ରୀ ବିନୋଦ ନାରାୟଣ ଝା କହିଥିଲେ କି , ସୁନ୍ଦର ଚେହେରା ଦ୍ୱାରା ଭୋଟ ମିଳି ପାରିବ ନାହିଁ । ସେ ରୋବର୍ଟ ଭଦ୍ରାଙ୍କ ପତ୍ନା ଯିଏ ଜମି ଘୋଟାଲା ଏବଂ ଭ୍ରଷ୍ଟାଚାର କେସ୍ ରେ ଅଭିଯୁକ୍ତ । ସେ ବହୁତ ସୁନ୍ଦର କିନ୍ତୁ ତାଙ୍କର କୌଣସି ରାଜନୈତିକ ଉପଲବ୍ଧ ନାହିଁ ।
ବିହାରର ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ବି ପ୍ରିୟଙ୍କାଙ୍କ ଉପରେ ଆକ୍ରମଣ କରି କହିଥିଲେ କି , ଜଣେ ଦାଗୀ ଜୀବନସାଥୀ ମହିଳାଙ୍କୁ ଦଳରେ ଏଣ୍ଟ୍ରି କରିବା ଦ୍ୱାରା ଯଦି କଂଗ୍ରେସ ଖୁସି ତେବେ ତାଙ୍କର ସେହି ଖୁସି ପାଇଁ ଶୁଭେଚ୍ଛା ।
ସେହିଭଳି ଶୁକ୍ରବାର କୈଳାଶ ବିଜୟବର୍ଗିୟା ପ୍ରିୟଙ୍କାଙ୍କ ଏକ ପୁରୁଣା ଭିଡିଓ ଜାରି କରି ଲେଖିଥିଲେ ଯେ ପ୍ରିୟଙ୍କା ଏହି କଥାକୁ ସ୍ୱୀକାର କରୁଛନ୍ତି କି ସେ କେବଳ ନିର୍ବାଚନ ବେଳେ ସଂଚାଳନ ପାଇଁ ଆସନ୍ତି । କାରଣ ଏହି ଭିଡିଓରେ ପ୍ରିୟଙ୍କା ନିଜକୁ ବର୍ଷା ଋତୁର ବେଙ୍ଗ ବୋଲି କହିଛନ୍ତି । ଏହି ଭିଡିଓକୁ ଏପର୍ଯ୍ୟନ୍ତ ହଜାରରୁ ଉଦ୍ଧ୍ୱର୍ ଲୋକ ଦେଖି ସାରିଲେଣି ।
ଏହାର ଉତ୍ତରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି କି , ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଅଚାନକ୍ ରାଜନୀତିରେ ପାଦ ଦେଇ ନିହାନ୍ତି । କାରଣ ପ୍ରିୟଙ୍କାଙ୍କ ପିଲା ବଡ ହେଲା ପରେ ସେ ରାଜନୀତିରେ ଏଣ୍ଟ୍ରି କରିବେ ବୋଲି ନିଷ୍ପତି ନେଇଥିଲେ ।