ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଖୁବ୍ ଶୀଘ୍ର ଦେଶରେ ଆରମ୍ଭ ହେବାକୁ ଯାଉଛି ୫ଜି ମୋବାଇଲ ସେବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବସିଥିବା କ୍ୟାବିନେଟ ବୈଠକରେ ଆଗାମୀ ୨୦ ବର୍ଷ ପାଇଁ ୫ଜି ସ୍ପେକ୍ଟ୍ରମ ନିଲାମୀକୁ ମଞ୍ଜୁରୀ ମିଳିଛି । ଜୁଲାଇ ଶେଷ ଆଡକୁ ସ୍ପେକ୍ଟ୍ରମ ନିଲାମୀ କରାଯିବ ।
ସରକାରଙ୍କ କହିବାନୁଯାୟୀ, ମୋଟ ୭୨ ଗିଗାହର୍ଟଜ ସ୍ପେକ୍ଟ୍ରମର ନିଲାମୀ (୬୦୦ ମେଗାହର୍ଟଜ,୭୦୦ ମେଗାହର୍ଟଜ, ୮୦୦ ମେଗାହର୍ଟଜ, ୯୦୦ ମେଗାହର୍ଟଜ, ୧୮୦୦ ମେଗାହର୍ଟଜ, ୨୧୦୦ ମେଗାହର୍ଟଜ, ୨୩୦୦ ମେଗାହର୍ଟଜ), ମିଡ(୩୩୦୦ ମେଗାହର୍ଟଜ) ଏବଂ ହାଇ (୨୬ ଗିଗାହର୍ଟଜ) ଫ୍ରିକ୍ୱେନ୍ସି ବ୍ୟାଣ୍ଡରେ କରାଯିବ ।
ଏକ ବୟାନରେ ସରକାରଙ୍କ ପକ୍ଷରୁ କୁହାଯାଇଛି କି, ଖୁବ୍ ଶୀଘ୍ର ୫ଜି ଦୂରସଂଚାର ସେବା ଆରମ୍ଭ ହେବା ନେଇ ଆଶା ରହିଛି । ୪ଜି ମୋବାଇଲ ସେବା ତୁଳନାରେ ୫ଜି ମୋବାଇଲ ସେବାର ସ୍ପିଡ ଏବଂ କ୍ଷମତା ପାଖାପାଖି ୧୦ ଗୁଣା ଅଧିକ ରହିବ ।