ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର କଂଗ୍ରେସରେ ଏଣ୍ଟ୍ରି କରିବା ସହ ସେ ଏବେ କଂଗ୍ରେସ ପ୍ରାର୍ଥୀ ଭାବେ ଉତ୍ତର ମୁମ୍ବାଇ ରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି ଉର୍ମିଳା । ସେ ଦାବି କରିଛନ୍ତି କି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ହିନ୍ଦୁ ସବୁଠାରୁ ହିଂସାତ୍ମକ ଧର୍ମ ହୋଇଯାଇଛି ।
ଏକ ମିଡିଆ ଇଣ୍ଟରଭ୍ୟୁରେ ଉର୍ମିଳା କହିଛନ୍ତି କି ଯେଉଁ ଧର୍ମ ନିଜ ସହିଷ୍ଣୁତା ପାଇଁ ଜଣା ଯାଏ । ତାହା ଆଜି ସମସ୍ତଙ୍କ ଠାରୁ ଅଧିକ ହିଂସ୍ର ହୋଇଯାଇଛି । ନରେନ୍ଦ୍ର ମୋଦିଙ୍କ ଗତ ପାଞ୍ଚ ବର୍ଷର ସରକାର ମୋତେ ବହୁତ ବେକାର ଲାଗିଲା ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ଭାରତରେ ଅଭିବ୍ୟକ୍ତିର ସ୍ୱତନ୍ତ୍ରତା ଅଭାବ ଥିଲା । ଦେଶରେ ଅରାଜକତାର ସ୍ଥିତି ରହିଛି । ଏବଂ ଲୋକଙ୍କୁ ଏଭଳି ଲାଗୁଛି କି ହିଂସା ହିଁ ଏକମାତ୍ର ରାସ୍ତା । ମୋଦି ସରକାରଙ୍କ ଉପରେ ଦେଶରେ ଘୃଣା ଏବଂ ଧାର୍ମିକ ଅସହିଷ୍ଣୁତାର ବଢିବାର ଦୋଷ ଲଗାଇଛନ୍ତି ଉର୍ମିଳା ।
ସେପଟେ ନିର୍ବାଚନ ପାଇଁ କଂଗ୍ରେସ ଏକ ଦମଦାର୍ ବ୍ୟକ୍ତିଙ୍କୁ ମଇଦାନକୁ ଓହ୍ଲାଇବାକୁ ଚାହୁଁଥିଲା । ସେଥିପାଇଁ ନିର୍ବାଚନରେ ଟକ୍କର ଦେବା ପାଇଁ କଂଗ୍ରେସ ପକ୍ଷରୁ ଉର୍ମିଳାଙ୍କୁ ବଛା ଯାଇଛି ।