ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଯଦି ପାକିସ୍ତାନ ବିଭାଜନ ପାଇଁ ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରେୟ ଦିଆଯାଇ ପାରିବ, ତେବେ ବାଲାକୋଟ ହମଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶ୍ରେୟ କାହିଁକି ଦିଆଯିବ ନାହିଁ ବୋଲି ଶନିବାର ଏକ ସଭାରେ ପ୍ରଶ୍ନ କରିଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂହ । ବିଜେପି ଅଧ୍ୟକ୍ଷ ଅମିତ୍ ଶାହାଙ୍କ ସମର୍ଥନରେ ରାଜନାଥ ସିଂହ ଏକ ରାଲିକୁ ସମ୍ବୋନ୍ଧତ କରିଛନ୍ତି ।
ରାଜନାଥ କହିଛନ୍ତି କି, ପାକିସ୍ତାନକୁ ଦୁଇ ଭାଗରେ ବିଭାଜନ କରିବାରେ ଏହା ଆମ ଯବାନଙ୍କ ବୀର ପଣିଆ ଥିଲା । ଗୋଟେ ପଟେ ପାକିସ୍ତାନ ଏବଂ ଅନ୍ୟପଟେ ବାଙ୍ଗଲାଦେଶ । ଯୁଦ୍ଧ ପରେ ସଂସଦରେ ଇନ୍ଦିରା ଗାନ୍ଧୀଙ୍କୁ ପ୍ରଶଂସା କରିଥିଲେ ଆମ ନେତା ଅଟଳ ବିହାରୀ ବାଜପେୟୀ । ଏହାସହିତ ସାରା ଦେଶରେ ବି ତାଙ୍କର ପ୍ରଶଂସା କରାଯାଇଥିଲା ।
ପୁଲୱାମା ହମଲାକୁ ନେଇ ଗୃହ ମନ୍ତ୍ରୀ କହିଛନ୍ତି କି , ଆତଙ୍କବାଦୀ ହମଲାରେ ଯେତେବେଳେ ଆମର ୪୦ ସିଆରପିଏଫ ଯବାନ ପ୍ରାଣ ହରାଇଥିଲେ, ସେତେବେଳେ ସେନାଙ୍କୁ ପୁରା ଛୁଟ୍ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଯଦି ୧୯୭୧ ରେ ପାକିସ୍ତାନ ବିଭାଜନର ଶ୍ରେୟ ଇନ୍ଦିରା ଗାନ୍ଧୀଙ୍କୁ ମିଳି ପାରିବ ତେବେ ମୋଦି ଜୀ ବାଲାକୋଟରେ ଯାହା କରିଛନ୍ତି ତାହାର ଶ୍ରେୟ ତାଙ୍କୁ କାହିଁକି ମିଳିବା ଉଚିତ୍ ନୁହେଁ ।