ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବା ପାଇଁ ପ୍ରତ୍ୟେକ ଘରୁ ୧୧ ଟଙ୍କା ଏବଂ ଗୋଟେ ପଥର ଅଣାଯିବ ବୋଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ କହିଛନ୍ତି । ଯୋଗୀଙ୍କ ଏହି ବୟାନ ପରେ ସେ ବିବାଦ ଘେରକୁ ଟାଣି ହୋଇଛନ୍ତି ।
ଝାରଖଣ୍ଡର ନିର୍ବାଚନ ରାଲି ଅବସରରେ ଯୋଗୀ ଆଦିତ୍ୟ ନାଥ ଏହି ବୟାନ ଦେଇଛନ୍ତି । ବିଜେପି ପାର୍ଥୀ ନାଗେନ୍ଦ୍ର ମହତୋଙ୍କ ପାଇଁ ଜନସଭା କରିବାକୁ ଯାଇଥିଲେ । ସେଠାରେ ସେ କହିଛନ୍ତି କି,୫୦୦ ବର୍ଷ ପୁରୁଣା ବିବାଦକୁ ନରେନ୍ଦ୍ର ମୋଦିଙ୍କ ପ୍ରୟାସ ଦ୍ୱାରା ସମାଧାନ ହୋଇପାରିଲା । କଂଗ୍ରେସ, ଆରଜେଡି ଏବଂ ଅନ୍ୟ ଦଳ ଦୀର୍ଘ ସମୟ ହେବ ଏହି ବିବାଦର ସମାଧାନ କରିବାକୁ ଚାହୁଁନଥିଲେ ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ବହୁତ ଶୀଘ୍ର ଆଯୋଧ୍ୟାରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ହେବ । ରାମ ମନ୍ଦିର ପାଇଁ ପ୍ରତ୍ୟେକ ପରିବାରକୁ ୧୧ ଟଙ୍କା ଏବଂ ଗୋଟେ ପଥରର ଯୋଗଦାନ କରିବା ଉଚିତ୍ ।