ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମାର୍ଚ୍ଚ ୧ ତାରିଖରୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହୋଇଯାଇଛି । ଏହି କ୍ରମରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆର୍ମି ରିସର୍ଚ ଆଣ୍ଡ ରେଫରାଲ ହସ୍ପିଟାଲରେ ଟୀକାର ପ୍ରଥମ ଡୋଜ ନେଇଛନ୍ତି । ଏହାସହିତ ସମସ୍ତଙ୍କୁ ଟୀକା ନେବା ପାଇଁ ଅପିଲ ମଧ୍ୟ କରିଛନ୍ତି ।
ରାଷ୍ଟ୍ରପତି ଭବନର ଟ୍ୱିଟ ଅନୁସାରେ, ଇତିହାସ ସବୁଠାରୁ ବଡ ଟୀକାକରଣ ଅଭିଯାନକୁ ସଫଳତାପୂର୍ବକ ଲାଗୁ କରିବା ପାଇଁ ସମସ୍ତ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ ତଥା ପ୍ରଶାସକଙ୍କୁ ଧନ୍ୟବାନ ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହାସହିତ ଟୀକା ଲଗାଇବା ବେଳେ ତାଙ୍କ ସହିତ ତାଙ୍କ ଝିଅ ମଧ୍ୟ ଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଗୃହମନ୍ତ୍ରୀ ଅମିତ ଶାହା, ରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସମେତ ଅନେକ ନେତା ଏପର୍ଯ୍ୟନ୍ତ ଟୀକା ନେଇ ସାରିଲେଣି । ଏହାବ୍ୟତିତ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ କେନ୍ଦ୍ରୀୟ ମନ୍ତ୍ରୀ ରବିଶଙ୍କର ମଧ୍ୟ ଟୀକା ନେଇ ସାରିଲେଣି ।