ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଶିକ୍ ଗର୍ଲ ଶ୍ରଦ୍ଧା କପୁର ଆଜି ତାଙ୍କର ୩୪ତମ ଜନ୍ମଦିବସ ପାଳନ କରୁଛନ୍ତି । ପରିବାର ସଦସ୍ୟ ଏବଂ ବନ୍ଧମାନଙ୍କ ସହିତ ମାଳଦୀପରେ ତାଙ୍କର ଏହି ଖାସ୍ ଦିନ ସେଲିବ୍ରେଟ କରୁଛନ୍ତି ଶ୍ରଦ୍ଧା । ବର୍ତ୍ତମାନ ଶ୍ରଦ୍ଧା ମାଳଦୀପରେ ଅଛନ୍ତି । ନିକଟରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ ଖୁବ୍ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ ।
ପ୍ରକୃତରେ ଶ୍ରଦ୍ଧା ଏକ ପ୍ରି-ୱେଡିଙ୍ଗ ଫଙ୍କସନ୍ ପାଇଁ ମାଳଦୀପ ଯାଇଛନ୍ତି । ସେଠାରେ ସେ ତାଙ୍କ ଜନ୍ମଦିନ ମଧ୍ୟ ଖୁବ ଧୁମ୍ ଧାମରେ ପାଳନ କରୁଛନ୍ତି ।
ଭାଇରାଲ ହେଉଥିବା ଭିଡିଓରେ ଶ୍ରଦ୍ଧା କପୁର ତାଙ୍କ ଫିଲ୍ମ ର ଗୀତ ‘କମରିୟା’ ଧୁମ୍ ନାଚୁଥିବାର ନଜର ଆସୁଛନ୍ତି । ଭିଡିଓଟିକୁ ତାଙ୍କ ଫ୍ୟାନ୍ସମାନେ ଖୁବ୍ ପସନ୍ତ ମଧ୍ୟ କରୁଛନ୍ତି ।