ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପବଜି ଗେମ୍ ର ଇଣ୍ଡିଆନ ଭର୍ସନ ଘୋଷଣା କରାଯାଇଛି । ଏହାକୁ ଭାରତରେ ବ୍ୟାଟଲଗ୍ରାଉଣ୍ଡ ମୋବଇଲ ଇଣ୍ଡିଆ ନାମରେ ଜଣାଯିବ । ଭାରତରେ କିଛି ପ୍ରାଇଭେସି ପଲିସି ସହିତ ପବଜି ମୋବାଇଏ ଇଣ୍ଡିଆ ଲଞ୍ଚ କରାଯିବ । ସାଉଥ କୋରିଆନ୍ କ୍ରାଫଟନ ସଙ୍କେତ ଦେଇଛି କି, ଏଥିପାଇଁ ୧୮ ବର୍ଷରୁ କମ ବୟସର ପିଲାଙ୍କ ପାଇଁ କଟକଣା ଲାଗୁ ହେବ । ଅର୍ଥାତ ଯଦି ଆପଣଙ୍କ ବୟସ ୧୮ ବର୍ଷରୁ କମ ତେବେ ବ୍ୟାଟଲଗ୍ରାଉଣ୍ଡ ମୋବାଇଲ ଇଣ୍ଡିଆ ଗେମ ଖେଳିବା ପାଇଁ ଆପଣଙ୍କୁ ଆପଣଙ୍କ ମାତାପିତାଙ୍କ ମୋବାଇଲ ନମ୍ବର ଦେବାକୁ ହେବ । ଏହାର ଫାଇଦା ହେଉଛି ଯଦି ପବଜି ମୋବାଇଲ ନାମରେ କୌଣସି ଟ୍ରାଞ୍ଜାକ୍ସନ କରାଯିବ ତେବେ ତା ପୂର୍ବରୁ ପ୍ରଥମେ ଆପଣଙ୍କ ପିତାମାତାଙ୍କ ନିକଟକୁ ନୋଟିଫିକେସନ ପଠାଯିବ ।
୨୦୨୦ ମସିହା ସେପ୍ଟମ୍ବର ମାସରେ ଭାରତରେ ପବଜି ସମେତ ୧୧୭ ଆପ୍ସକୁ ବ୍ୟାନ କରାଯାଇଥିଲ । ଅବଶ୍ୟ ଏବେ ପବଜି ମୋବାଇଲ ଇଣ୍ଡିଆ ନୂଆ ଅବତାରରେ ଭାରତରେ ଲଞ୍ଚ କରିବା ପାଇଁ ପ୍ରସ୍ତୁତ ଚାଲିଛି ।