ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ମଦ୍ୟପାନ କରି ଟ୍ରେନ୍ ଚଳାଇବା ପଡିବ ମହଙ୍ଗା । ଆଉ ମଦ୍ୟପାଦ କରି ଟ୍ରେନ୍ ଚଲାଇ ପାରିବେନି ଟ୍ରେନ୍ ଡ୍ରାଇଭର । ଟ୍ରେନ୍ ଡ୍ରାଇଭର ଏବଂ ଗାର୍ଡକୁ ନେଇ ରେଲୱେ ବୋର୍ଡ ପକ୍ଷରୁ ବଡ ପଦକ୍ଷେପ ନିଆଯାଇଛି । ରେଲୱେ ବୋର୍ଡ ପକ୍ଷରୁ ଚେତାବନୀ ଦିଆଯାଇ କୁହାଯାଇଛି କି, ରେଲୱେ ଡ୍ରାଇଭର ବା ଲୋକପାଇଲଟ ଏବଂ ଗାର୍ଡ ଯଦି ଟ୍ରେନ୍ ଚଲାଇବା ସମୟରେ ମଦ୍ୟପାନ କରିଥିବେ ତେବେ ତାଙ୍କୁ ଚାକିରୀରୁ ବହିସ୍କୃତ କରାଯିବ ।
ପୂର୍ବରୁ ଯଦି କୌଣସି ଲୋକପାଇଲଟ ମଦ୍ୟପାନ କରି ଟ୍ରେନ୍ ଚଲାଉଥିବା ବେଳେ ଧରା ପଡୁଥିଲେ ତେବେ ତାଙ୍କୁ ନିଲମ୍ବିତ କରାଯାଉଥିଲା । ମାତ୍ର ରେଲୱେ ବୋର୍ଡର ଏହି ନୂତନ ନିର୍ଦ୍ଦେଶ ଅନୁସାରେ ଏବେ ଯଦି କୌଣସି ପାଇଲଟ ବା ଡ୍ରାଇଭର ପଦ୍ୟପାନ କରି ଗାଡି ଚଲାଉଥିବା ବେଳେ ଧରାପଡିଲେ ତେବେ ତାଙ୍କୁ ସିଧା ସଳଖ ବହିସ୍କୃତ କରାଯିବ । ଏନେଇ ରେଲୱେ କର୍ମଚାରୀଙ୍କୁ ଦିଆଯାଇଥିବା କ୍ୟାଟେଗୋରୀରେ କୁହାଯାଇଛି ।