ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଏବେ ହୋଇ ପାରିବ ରେଳବାଇରେ ନିଯୁକ୍ତି । ଜାହା ପାଇଁ ଡିସେମ୍ବର ୧୫ରୁ ଆରମ୍ଭ ହେବ ପରୀକ୍ଷା । କେନ୍ଦ୍ର ବ୍ୟୟ ବିଭାଗ ପକ୍ଷରୁ ଗତକାଲି ସନ୍ଧ୍ୟାରେ ଜାରି କରାଯାଇଥିବା ବିଜ୍ଞପ୍ତି ଉପରେ ଆଜି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି। ନିଯୁକ୍ତି ପ୍ରକ୍ରିୟା ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇନାହିଁ ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ନିଯୁକ୍ତି ପ୍ରକ୍ରିୟା ବନ୍ଦ ହୋଇନାହିଁ। ଷ୍ଟାଫ୍ ସିଲେକ୍ସନ କମିସନ (ଏସ୍ଏସ୍ସି), ୟୁପିଏସ୍ସି ଓ ରେଳବାଇ ନିଯୁକ୍ତି ବୋର୍ଡ ଜରିଆରେ ହେଉଥିବା ନିଯୁକ୍ତି ପ୍ରକ୍ରିୟା ଜାରି ରହିବ। ସେଥିରେ କୌଣସି କଟକଣା ଲଗାଯାଇନାହିଁ। ତେଣୁ ଆସନ୍ତା ଡିସେମ୍ବର ୧୫ରୁ ରେଳବାଇ ପକ୍ଷରୁ କମ୍ପ୍ୟୁଟର ଭିତ୍ତିକ ନିଯୁକ୍ତି ପରୀକ୍ଷା ଆରମ୍ଭ କରାଯିବ ବୋଲି ଆଜି ରେଳ ବୋର୍ଡ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି। କରୋନା ମହାମରା ପାଇଁ ରେଳବାଇର ନିଯୁକ୍ତି ପରୀକ୍ଷା ଏବେ ବନ୍ଦ ରହିଛି। ରେଳବାଇର ବିଭିନ୍ନ ପୋଷ୍ଟରେ ଚାକିରି ପାଇଁ ଆବେଦନ କରାଯାଇଥିଲା । ରେଳବାଇ ପକ୍ଷରୁ ମୋଟ ୧,୪୦,୬୪୪ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଥିଲା। ଏଥିପାଇଁ ୨ କୋଟି ୪୨ ଲକ୍ଷ ଆବେଦନ ରେଳବାଇ ପାଖରେ ପହଞ୍ଚିଛି। କରୋନା ମହାମାରୀ ପାଇଁ ଆବେଦନ ପତ୍ରକୁ ନଜର ଦିଆଯାଇଇ ନାହିଁ । ଡିସେମ୍ବରରୁ ହେବାକୁ ଥିବା ପରୀକ୍ଷା ଲାଗି ଖୁବ୍ଶୀଘ୍ର ବିଜ୍ଞପ୍ତି ଜାରି କରାଯିବ। ଆସନ୍ତା ଡିସେମ୍ବରରୁ ହେବାକୁ ଥିବା କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ଲାଗି ଏସ୍ଓପି ପ୍ରସ୍ତୁତ ହେଉଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ସାମାଜିକ ଦୂରତ୍ୱକୁ ରକ୍ଷା କରି ଏହି ପରୀକ୍ଷା ହେବ ।
JUST IN
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024
-
ଏଥର ବିଧାନ ସଭାରେ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ | 17 Jun 2024
-
ଶେଷ ପର୍ଯ୍ୟାୟ ନିର୍ବାଚନ: ଦିନ ୧୧ଟା ସୁଦ୍ଧା ୨୨.୯୭ ପ୍ରତିଶତ ଭୋଟିଂ | 01 Jun 2024
-
ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ | 01 Jun 2024
-
ପିକ୍ ଆୱାରରେ କାମ ନକରିବାକୁ ଜନସାଧାରଣଙ୍କୁ ଏସଆରସିଙ୍କ ଅପିଲ | 31 May 2024
-
ଅସମ୍ଭାଳ ଗୁଳୁଗୁଳି, ୯ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଆଲର୍ଟ | 31 May 2024
-
ଆସନ୍ତାକାଲି ଶେଷ ପର୍ଯ୍ୟାୟ ନିର୍ବାଚନ | 31 May 2024
-
ଜୁନ୍ ପ୍ରଥମ ସପ୍ତାହରୁ ଆରମ୍ଭ ଯୁକ୍ତ ତିନି ନାମଲେଖା ପ୍ରକ୍ରିୟା | 29 May 2024
-
ଏଣିକି ଭୁବନେଶ୍ୱରରୁ ସିଧା ମାଲେସିଆ ବିମାନ ଯାତ୍ରା | 29 May 2024
-
ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା | 29 May 2024