ୟୁପି ( ଏଟିଆର ବ୍ୟୁରୋ): ଆଜି ଅଯୋଧ୍ୟାରେ ରାମ ଲାଲାଙ୍କ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା କାର୍ଯ୍ୟ ଚାଲୁ ରହିଛି । ଏହି ଅବସରରେ ଆଜି ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ପହଞ୍ଚି ପୂଜାଅର୍ଚ୍ଚନା ଆରମ୍ଭ କରିଛନ୍ତି । ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ପହଞ୍ଚିବା ପରେ ସେଠାରେ ଭଗବାନ ଶ୍ରୀରମଙ୍କ ନିକଟରେ ସାଷ୍ଟାଙ୍ଗ ଦଣ୍ଡବତ ହୋଇଥିଲେ । ତେବେ ଆଜିର ଏହି ପୂଜାର୍ଚ୍ଚନାରେ ପ୍ରଧାନମନ୍ତ୍ରୀଙ୍କ ସମେତ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦିବେନ ପଟେଲ ଓ ଆରଏସଏସ ମୋହନ ଭାଗବତ ଉପସ୍ଥିତ ରହିଛନ୍ତି ।
ସୂଚନା ଅନୁସାରେ ଆଜି ପ୍ରଥମେ ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ପହଞ୍ଚିବା ପରେ ହନୁମାନଗଢୀ ମନ୍ଦିରକୁ ଯାଇଥିଲେ । ଆଜି ୪୦ କେଜି ଓଜନର ଏକ ରୂପା ସ୍ଲାବରେ ଶୁଭ ଦିଆଯାଇ ବିଧିବଧ ଭାବେ କାର୍ଯ୍ୟ ଆରମ୍ଭ ହେବ ।