ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ଏକ ବଡ ଝଟକା ଲାଗିଛି । ଆଜ୍ଞା ହଁ କେନ୍ଦ୍ରୀୟ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭିରଲ ଆଚାର୍ଯ୍ୟ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ପାଖାପାଖି ସାତ ମାସ ଭିତରେ ଏହା ଦ୍ୱିତୀୟ ଥର ଆରବିଆଇ ର କୌଣସି ଉଚ୍ଚ ଅଧିକାରୀ କାର୍ଯ୍ୟକାଳ ପୁରା ହେବା ପୂର୍ବରୁ ତାଙ୍କ ପଦ ଛାଡି ଦେଇଛନ୍ତି । ଏହାପୁର୍ବରୁ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ ତାଙ୍କର ବ୍ୟକ୍ତିଗତ କାରଣ ଦର୍ଶାଇ ଡିସେମ୍ବରରେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ ।
ସବୁଠାରୁ ବଡ କଥା ହେଉଛି ଭିିରଲ ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ପୂରା ହେବାକୁ ଆଉ ଛଅ ମାସ ବାକି ଥିବା ବେଳେ ସେ ତା ପୂର୍ବରୁ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଭିରଲ ଆଚାର୍ଯ୍ୟ ଆରବିଆଇର ଏକ ବଡ ଅଧିକାରୀଙ୍କ ଟିମ୍ ରେ ସାମିଲ ଥିଲେ ।
ରିପୋର୍ଟ ମୂତାବକ, ନ୍ୟୁୟର୍କ ୟୁନିଭରସିଟିର ସେଟର୍ନ ସ୍କୁଲ ଅଫ୍ ବିଜନେସ୍ ରେ ପ୍ରଫେସର ଭାବେ ଭିରଲ ଆଚାର୍ଯ୍ୟ ସାମିଲ ହେବେ । ଜାନୁଆରୀ ୨୩, ୨୦୧୭ ରେ ଶ୍ରୀ ଆଚାର୍ଯ୍ୟ ଆରବିଆଇ ର ଡେପୁଟି ଗଭର୍ଣ୍ଣର ଭାବେ ଯୋଗ ଦେଇଥିଲେ । ପାଖାପାଖି ୩୦ ମାସ କେନ୍ଦ୍ରୀୟ ବ୍ୟାଙ୍କ ପାଇଁ ସେ ତାଙ୍କ ପଦରେ କାର୍ଯ୍ୟରତ ଥିଲେ ।
ଭିରଲ ଆଚାର୍ଯ୍ୟ ଗତ କିଛି ମାସ ହେବା ଆରବିଆଇର ନୂତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନିଷ୍ପତି ଉପରେ ଭିନ୍ନ ମତ ରଖି ଆସୁଥିଲେ । ନିକଟରେ ମନିଟାରିଂ ପଲିସ ବୈଠକରେ ରାଜକୋଷୀୟ ଘାଟେ କୁ ନେଇ ବି ସେ ଶକ୍ତିକାନ୍ତକ ବିଚାରରେ ସହମତି କରିନଥିଲେ ।